କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 20, 2021 IST

ନୀଳଗିରି,୨୦/୪: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି । ସତର୍କତା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ନୀଳଗିରି ଅଂଚଳରେ ଏହାର ପ୍ରଭାବ ପଡିନଥିବା ଦେଖାଯାଇଛି ।

ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀଙ୍କୁ କରୋନାରେ ଅକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଏବେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ହସ୍ପିଟାଲରେ ଖାଦ୍ୟ ଯୋଗାଉଥିବା ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ କରୋନା ହୋଇଥିବାର ସୂଚନା ମିଳିଥିଲା । ହେଲେ ଏହାର ପ୍ରଭାବ ନା ନୀଳଗିରିରେ ପଡିଛି ନା କାହାରି ପାଖରେ ସତର୍କତା ରହିଛି ।

ପୋଲିସ ଖାଲି ମାସ୍କ ଚେକିଂ ଆଉ ଫାଇନ ଆଦାୟରେ ସୀମିତ ହୋଇ ରହିଛି । ବଜାର ଛକରେ ଭିଡ଼ ଜମୁଥିବା ବେଳେ କେହି ସମଦୁରତା ମଧ୍ୟ ମାନୁନଥିବା ଦେଖା ଦେଇଛି । ଏବେଠାରୁ ସତର୍କତା ଆଉ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରାଗଲେ ଆଗକୁ ନୀଳଗିରିରେ ବିସ୍ଫୋରକ ପରିସ୍ଥିତି ଯେ ସୃଷ୍ଟି ନହେବ ତାହା ଏଡାଇ ଦିଆଯାଇନପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.