Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କଂଗ୍ରେସ ଛାଡିଲେ ପୂର୍ବତ୍ତନ ବିଧାୟକ ସାଧୁ ନେପାକ

19/03/2019 at 2:23 PM

ବରଗଡ଼ ୧୯/୩ : ଟିକେଟ ନମିଳିବା ଯୋଗୁଁ ବରିଷ୍ଠ କଂଗ୍ରେସ ନେତା ତଥା ବରଗଡ଼ର ପୂର୍ବତ୍ତନ ବିଧାୟକ ସାଧୁ ନେପାକ ଦଳ ଛାଡିଛନ୍ତି | ଆଜି ସେ ଇସ୍ତଫା ପତ୍ର ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଇ ଦେଇଛନ୍ତି | ଗତକାଲି ମଧ୍ୟରାତ୍ରିରେ କଂଗ୍ରେସ ପ୍ରକାଶ କରିଥିବା ୩୬ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକାରେ ବରଗଡ଼ରୁ ସାଧୁ ନେପାକଙ୍କ ନାଁ ନାହିଁ | ତାଙ୍କ ସ୍ଥାନରେ ବରଗଡ଼ରୁ ଦଳ ନିପନ ଦାସଙ୍କୁ ପ୍ରାର୍ଥୀ କରିଛି | ଏଥିରେ ଖୁବ୍ଧ ହୋଇ ସାଧୁ ନେପାକ ଦଳ ଛାଡିଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି | ୨୦୦୯ ମସିହାରେ ସାଧୁ ନେପାକ ବରଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ | ତେବେ ୨୦୧୪ ମସିହାରେ ସେ ନିର୍ବାଚନ ହାରି ଯାଇଥିଲେ | କଂଗ୍ରେସର ନୀତି ନେଇ ସାଧୁ ନେପାକ ତାଙ୍କ ଇସ୍ତଫା ପତ୍ରରେ କେତେକେ ମୌଳିକ ପ୍ରଶ୍ନ ଉଠାଇଛନ୍ତି | ସେ ପଚାରିଛନ୍ତି ଯେ, ଯଦି ବିଜୟ ସଂଭାବନା ଆଧାରରେ ପ୍ରାର୍ଥୀ ଚୟନ କରାଯାଉଛି, ତା’ହେଲେ ତାଙ୍କ ଟିକେଟ କେମିତି କାଟିଲା ?


୧୯୭୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ କଂଗ୍ରେସ ପାଇଁ ନିରବଛିନ୍ନ ଭାବେ କାମ କରିଆସୁଥିବା ବେଳେ କେଉଁ ଆଧାରରେ ତାଙ୍କ ଟିକଟ କଟାଗଲା ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି | ଗତକାଲି ରାତିରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ପରେ ୧୦ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି | ସେଥିପାଇଁ ନୈତିକତା ଆଧାରରେ ଏବଂ ଦଳୀୟ ନୀତି ପ୍ରତିବାଦରେ ସେ କଂଗ୍ରେସ ଛାଡିଥିବା ଦର୍ଶାଇଛନ୍ତି |

   Related Posts