ବିଜେଡିରୁ ଇସ୍ତଫା ଦେଲେ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ
5/04/2019 at 11:10 AM

ଭୁବନେଶ୍ବର ୫|୪ : ବିଜେଡିରୁ ଇସ୍ତଫା ଦେଇଛନ୍ତି ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ । ସେ ତାଙ୍କ ଇସ୍ତଫା ପତ୍ର ଦଳ ସଭାପତିଙ୍କ ପାଖକୁ ପଠାଇଦେଇଛନ୍ତି । ବିଜେଡିରୁ ଟିକେଟ୍ ନମିଳିବା ଯୋଗୁଁ ସେ ଅସନ୍ତୁଷ୍ଟ ଥିଲେ । ତାଙ୍କ ସମର୍ଥକମାନେ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ଚଳିତ ଥର ବିଜେଡି କାକଟପୁରରୁ ସୁରେନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି । ଏବେ ସୁରେନ୍ଦ୍ର ସେଠୀ ମଧ୍ୟ ବଦଳିବା ନେଇ ଆଲୋଚନା ହେଉଛି । କାରଣ କାକଟପୁର ବିଧାନସଭା ଆସନ ପାଇଁ ଟିକେଟ୍ ପାଇଥିଲେ ମଧ୍ୟ ତୁଷାରକାନ୍ତି ବେହେରା ବିଜେପି ଛାଡି ଦୁଇ ଦିନ ତଳେ ବିଜେଡିରେ ଯୋଗଦେଇଛନ୍ତି । ଫଳରେ ବିଜେଡି ତୁଷାରକାନ୍ତିଙ୍କୁ କାକଟପୁରରୁ ପୁଣି ପ୍ରାର୍ଥୀ କରିପାରେ । ଏତେସବୁ ପଲିଟିକାଲ ଡ୍ରାମା ଭିତରେ ଆଜି ରବି ମଲ୍ଲିକ ଇସ୍ତଫା ଦେବା ସହ ସେ ବିଜେପିରେ ଯୋଗଦେଇ କାକଟପୁରରୁ ନିର୍ବାଚନ ଲଢିପାରନ୍ତି ବୋଲି ଆଲୋଚନା ହେଉଛି ।