ବିଜେପି ଛାଡିଲେ ପୂର୍ବତନ ବିଧାୟକ : କୃଷି ଆଇନ୍‌କୁ ବିରୋଧ କରି ଦଳରୁ ଇସ୍ତଫା ଦେଲେ ବଲଓ୍ବାନ୍ ସିଂହ ଦୌଲତପୁରିୟା

Published By : Prameya-News7 Bureau | January 31, 2021 IST

ଚଣ୍ଡୀଗଡ ୩୧/୦୧ : ହରିୟାଣାର ପୂର୍ବତନ ବିଜେପି ବିଧାୟକ ବଲଓ୍ବାନ୍ ସିଂହ ଦୌଲତପୁରିୟା ଦଳରୁ ଇସ୍ତଫା ଦେଇଛନ୍ତି । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏହା ସହିତ କୃଷି ବିଲକୁ ପ୍ରତ୍ୟାହାର ଦାବି​‌ରେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।

ଚାଷୀ ଆନ୍ଦୋଳନକୁ ନେଇ ଦେଶରେ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ହରିୟାଣାରେ କ୍ଷମତାରେ ଥିବା ବିଜେପି ହାତ ଛାଡିଛନ୍ତି ନିଜ ଦଳର ନେତା । ବିଜେପିରୁ ଇସ୍ତଫା ଦେଇଥିବା ବଲଓ୍ବାନ ସିଂହ ଦୌଲତପୁରିୟା ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ଭାରତୀୟ ଜାତୀୟ ଲୋକଦଳରେ ଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।

ବିଜେପିରୁ ଇସ୍ତଫା ଦେବା ପରେ ବଲଓ୍ବାନ ସିଂହ ୩ଟି ଯାକ କୃଷି ଆଇନ ଚାଷୀ ବିରୋଧୀ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଆବଶ୍ୟକ । ଏହା ସହିତ ସେ କହିଛନ୍ତି ଆଗାମୀ ଦିନରେ ଯଦି ନୂଆ କୃଷି ଆଇନ ପ୍ରତ୍ୟାହାର କରାନଯାଏ ତେବେ ଚାଷୀମାନଙ୍କ ସହ ଆନ୍ଦୋଳନରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.