ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

Published By : Prameya-News7 Bureau | May 17, 2019 IST

ସୁନ୍ଦରଗଡ ୧୭|୫: ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ଅନୁସୂଚିତ ଜନଜାତିର ନେତା ତଥା ତଲସରା ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ଦେହାନ୍ତ ହୋଇଛି । ଗତକାଲି ସଂଧ୍ୟାରେ ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେଲା ଗଙ୍ଗାଧର ପ୍ରଧାନ ଅସୁସ୍ଥ ଥିଲେ । ତାଙ୍କୁ ଗତ ୯ ତାରିଖ ଦିନ ଠାରୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା ।

ସେ ତଳସରା ବିଧାନସଭା କ୍ଷେତ୍ରରୁ ଚାରି ଥର ବିଧାୟକ ଥିଲେ । ୧୯୭୧ ମସିହାରେ ଆରଏନ୍ ସିଂଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବରେ ୪ବର୍ଷ କାର୍ଯ୍ୟ କରିଥିଲେ ।

ଅନୁସୁଚିତ ଜନଜାତି ନେତା ହରାଇ ପୁରା ସୁନ୍ଦରଗଡ ମର୍ମାହତ । ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କ ଶେଷ ଦର୍ଶନ ପାଇଁ ରାଜନେତା, ସ୍ବେଚ୍ଛାସେବୀଙ୍କ ଭିଡ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.