ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

Published By : Prameya-News7 Bureau | August 26, 2020 IST

ରାୟଗଡ ୨୬।୮: ଡବଲ୍ ମର୍ଡର ମାମଲାରେ ରାୟଗଡ ଜେଲରେ ଅସୁସ୍ଥ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା । ଏ ନେଇ ରାୟଗଡ ଜେଲ୍ ଅଧୀକ୍ଷକ ଏନ କେ ଦାହରିୟାଙ୍କ ସୂଚନା ଦେଇଛନ୍ତି । ମଙ୍ଗଳବାର ଅନୁପ ସାଏ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ସକାଳୁ ଅନୁପଙ୍କୁ ରାୟଗଡ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଜେଲରେ ଗତ ସପ୍ତାହରେ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସି ଅନୁପ ସାଏ କରୋନା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ଏହାପରେ ରାୟଗଡ ଜେଲକୁ ସାନିଟାଇଜ୍ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.