Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ପୂର୍ବତନ ମିସ୍‌ ଇଂଡିଆଙ୍କ ସହ ହୋଇଥିଲା ଏହି ଘଟଣା, ଫେସବୁକ୍‌ରେ ପୋଷ୍ଟ କରିବା ପରେ ଗିରଫ ହେଲେ ୭

19/06/2019 at 11:35 AM

୨୦୧୦ ମସିହା ମିସ ଇଂଡିଆ ୟୁନିଭର୍ସ କ୍ରାଉନ ହାସଲ କରିଥିବା ଉଶୋସି ସେନଗୁପ୍ତା ତାଙ୍କ ଫେସବୁକ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ସେୟାର କରିଛନ୍ତି। ଏହି ଘଟଣା ବିଷୟରେ ସେ ସୋସିଆଲ ମିଡିଆରେ ପ୍ରକାଶ କରିବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

ଉଶୋସି ଲେଖିଛନ୍ତି ଯେ, ଗତ ସୋମବାର ରାତି ୧୧ ଟା ୪୦ ପାଖାପାଖି ସେ ନିଜ କାମ ସାରି JW ମୈରିଅଟ୍‌ ହୋଟେଲରୁ ଘରକୁ ଫେରୁଥିଲେ। ଉଶୋସିଙ୍କ ସହ ତାଙ୍କ ସହକର୍ମୀ ମଧ୍ୟ ଥିଲେ। ଉଭୟ ଉବର କ୍ୟାବ ବୁକ୍‌ କରି ଫେରୁଥିଲେ। ଅଧା ରାସ୍ତାରେ କିଛି ଯୁବକଙ୍କ ବାଇକ୍‌ ସେହି କ୍ୟାବ ସହ ଧକ୍କା ହୋଇଥିଲା। ଏହା ପରେ ଯୁବକମାନେ ସେହି କ୍ୟାବ୍‌କୁ ଅଟକାଇ ଡ୍ରାଇଭରକୁ ଗାଡିରୁ ଭିଡିଆଣି ତାଙ୍କୁ ପିଟିବାକୁ ଲାଗିଲେ। ।

ଉଶୋସି ନିଜ ପୋଷ୍ଟରେ ଲେଖିଥିଲେ ଯେ, ଘଟଣାସ୍ଥଳରେ ଜଣେ ପୋଲିସ ଅଧିକାରୀଙ୍କୁ ଦେଖି ସେ ଅଭିଯୋଗ କରିଥିଲେ। ସେହି ଯୁବକମାନଙ୍କୁ ଅଟକାଇବା ପାଇଁ ପୋଲିସ ଅଧିକାରୀଙ୍କୁ ଉଶୋସି କହିଥିଲେ। କିନ୍ତୁ ପୋଲିସ ତାଙ୍କୁ କହିଥିଲା ଯେ, ସେହି ଅଞ୍ଚଳ ତାଙ୍କ ପୋଲିସ ଷ୍ଟେସନ ଅଧିନରେ ଯାଏ ନାହିଁ । ସେହି ଅଞ୍ଚଳ ଭବାନିପୁର ପୋଲିସ ଷ୍ଟେସନର ଅଧିନରେ ଯାଏ। ମାତ୍ର ଉଶୋସି ବାରମ୍ବାର ଅନୁରୋଧ କରିଥିବାରୁ ପୋଲିସ ଯାଇ ଯୁବକଙ୍କୁ ଧରିଥିଲେ। ହେଲେ ଯୁବକମାନେ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ।

କିଛି ସମୟ ପରେ ଭବାନିପୁର ପୋଲିସ ଷ୍ଟେସନରୁ ୨ ଜଣ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ରାତି୧୨ଟା ସମୟରେ ସେଠାରେ ଉଶୋସି ଓ ତାଙ୍କ ସହକର୍ମୀଙ୍କ ବ୍ୟତୀତ ଅନ୍ୟକେହି ନଥିଲେ। ଏହା ପରେ ଡ୍ରାଇଭରକୁ ଉଶୋସି ଉଭୟଙ୍କୁ ଘରେ ଛାଡିବା ପାଇଁ କହିଥିଲେ। ଉଶୋସି ସେହି ସମୟରେ ନିଷ୍ପତ୍ତି ନେଇଥିଲେ ଯେ ସକାଳେ ଉଠି ପ୍ରଥମେ ସେ ପୋଲିସ ଷ୍ଟେସନ ଯିବେ।

ଉଶୋସି ସେନଗୁପ୍ତା ଏହି ପୋଷ୍ଟରେ କୋଲକାତା ପୋଲିସ ସହିତ ମିଡିଆ ଚ୍ୟାନଲ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟ୍ୟାଗ୍‌ କରିଛନ୍ତି। ସୋସିଆଲ ମିଡିଆରେ ଉଶୋସି ପୋଷ୍ଟ କରିବା ପରେ ପୋଲିସ କହିଛି ଯେ, ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇସାରିଛି । ମାମଲା ରୁଜୁ ନହୋଇଥିଲେ ମଧ୍ୟ ପୋଲିସ କମିଶନରଙ୍କ ଆଦେଶରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

   Related Posts