ପୂର୍ବତନ ମିସ୍ ଇଣ୍ଡିଆଙ୍କୁ ବୋହୂ କଲେ ଗୁରୁଦାସ ମାନ୍…ଜାକଯମକରେ ହେଲା ବିବାହ

Published By : Prameya-News7 Bureau | February 01, 2020 IST

ପ୍ରସିଦ୍ଧ ଗାୟକ ଗୁରୁଦାସ ମାନଙ୍କ ପୁଅ ଗୁରିକ୍‌ ମାନ ଓ ପୂର୍ବତନ ମିସ୍‌ ଇଣ୍ଡିଆ ସିମରନ କୌର ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ମାଲ ରୋଡ୍‌ ସ୍ଥିତ ଗୁରୁଦ୍ବାରା ଶ୍ରୀ ଗୁରୁ ସିଂହ ସଭାରେ ଉଭୟଙ୍କ ବିବାହ ହୋଇଥିଲା। ଏହା ପରେ ପାଖା ପାଖି ୬୦୦ରୁ ଅଧିକ ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହୋଟେଲରେ କରାଯାଇଥିଲା।

{"id":218615,"sizeSlug":"large"}

ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁରିକ୍‌ ମାନ ଓ ସିମରନ କୌରଙ୍କ ବେଷ୍ଟ ଲୁକ୍‌ ଦେଖି ଦର୍ଶକ ଖୁବ ପ୍ରଶଂସା କରୁଛନ୍ତି। ସିମରନ ନିଜ ୱେଡିଂ ଡ୍ରେସରେ ବହୁତ ସୁନ୍ଦର ଲାଗୁଥିଲେ ଓ ପଞ୍ଜାବି ମୁଣ୍ଡା ଗୁରିକ୍‌ ମଧ୍ୟ ବହୁତ ହ୍ୟାଣ୍ଡସମ୍‌ ଲାଗୁଥିଲେ।   

{"id":218616,"sizeSlug":"large"}

ଦୀପିକା ରଣବୀରଙ୍କ ବିବାହରେ ସଞ୍ଜୟ ବଜିରାନୀ କେଟରିଙ୍ଗ କରିଥିଲେ। ତେବେ ଗୁରୁଦାସ ମାନଙ୍କ ପୁଅ ବିବାହରେ ମଧ୍ୟ ବଜିରାନୀ କେଟରିଙ୍ଗ ସମ୍ଭାଳିଥିଲେ। ହାଏ ପ୍ରଫାଇଲ ଅତିଥିଙ୍କ ଖାଇବା ପିଇବାରେ କୌଣସି ଅସୁବିଧା ନହେଉ ଏହାର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଥିଲା। ସମସ୍ତେ ସନ୍ତୁଷ୍ଟ ହୋଇ ଏହି ଯୋଡିକୁ ଆଶ୍ରିବାଦ ଦେଇଥିଲେ।

{"id":218621,"width":585,"height":333,"sizeSlug":"large"}

ଖୁବ ଧୁମ୍‌ଧାମ୍‌ରେ ଗୁରିକ୍‌ ମାନ ଓ ସିମରନ କୌରଙ୍କ ପାର୍ଟି ହୋଇଥିଲା। ଗୁରିକ୍‌ଙ୍କ ବିଦେଶୀ ସାଙ୍ଗ ସାଥୀଙ୍କ ପାଇଁ ବିଶେଷ ଆୟୋଜନ ହୋଇଥିଲା। ଏହା ସହ ଅନେକ କଳାକାର, ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.