Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

2/06/2021 at 5:57 PM

ଭୁବନେଶ୍ଵର ୦୨।୦୬:  ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ପରଲୋକ। ୬୮ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଘଟିଛି। କରୋନା ସଂକ୍ରମିତ ପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସିତ ଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ବୁଧବାର ସାଢେ ୫ଟାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ପରଲୋକ ନେଇ ତାଙ୍କ ସଂପର୍କୀୟ ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ। କୋଭିଡ୍‌ ପରେ ନିମୋନିଆରେ ଆକ୍ରାନ୍ତ ଥିଲେ। ଏହା ପରେ ଶରୀରର ଅନେକ ଅଙ୍ଗ ଅଚଳ ହୋଇ ପଡିଥିଲା।

ବିଜୟଶ୍ରୀ ରାଉତରାୟ ବିଜେଡି ସରକାରରେ ଏକାଧିକ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ଦୀର୍ଘ ୩୦ ବର୍ଷ ଧରି ଭଦ୍ରକ ଜିଲ୍ଲା ବାସୁଦେବପୁ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ସେ ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ। ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଟିକେଟ୍‌ରୁ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ବିଜୁ ଜନତା ଦଳ(ବିଜେଡି)ରେ ନିଜର ରାଜନୈତିକ ଜୀବନକୁ ଆଗେଇ ନେଇଥିଲେ। ସେ ବିଜେଡିର ଜଣେ ବରିଷ୍ଠ ଚେହେରା ଥିଲେ। ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟ୍‌ରେ ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ କ୍ରମାଗତ ବିଜୟୀ ହୋଇଥିଲେ।

୧୯୫୩ ମସିହା ଜୁଲାଇ ୨୮ରେ ଜନ୍ମ ଗ୍ରହଣ କରିଥିବା ବିଜେଡିର ଏହି ପୁରୁଖା ନେତା ସରକାରରେ ଅନେକ ବିଭାଗରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ସେ ବିଜେଡି ସରକାରରେ ସ୍ଵାସ୍ଥ୍ୟ, ରାଜସ୍ଵ, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ। ଦଳର ବିଭିନ୍ନ ସାଙ୍ଗଠନିକ ପଦରେ ରହି ପାର୍ଟି ପାଇଁ ଅନେକ କାମ କରିଥିଲେ।   ବାର୍ଦ୍ଧକ୍ୟ ଏବଂ ଅସୁସ୍ଥତା କାରଣରୁ ୨୦୧୯ରେ ନିର୍ବାଚନରୁ ସନ୍ନ୍ୟାସ ନେଇଥିଲେ। ତାଙ୍କ ପରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଜେଡି ଟିକେଟରେ ଉକ୍ତ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ବିଜୟଶ୍ରୀ ନିଜ ଅମଳରେ ବାସୁଦେବପୁରକୁ ବିଜେଡି ଗଡରେ ପରିଣତ କରିବାରେ କୌଣସି ସୁଯୋଗ ହାତ ଛଡା କରିନଥିଲେ। କ୍ରମାଗତ ସେହି ଆସନରୁ ୬ ଥର ବିଜୟୀ ହୋଇଥିଲେ।

   Related Posts