ବିନା ଆଧାରରେ ପ୍ରିୟା ରମାନୀ ମୋତେ ମିଡିଆର ‘ଯୌନ ଶିକାରୀ’ କହିଛନ୍ତି : ଆକବର

Published By : Prameya-News7 Bureau | January 05, 2021 IST

ମୁମ୍ବାଇ ୫।୧: ସାମ୍ବାଦିକା ପ୍ରିୟା ରମାନୀ ବନାମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ.ଜେ. ଆକବର ମାମଲାରେ ଏକ ନୂଆ ମୋଡ ଆସିଛି । ରମାନୀଙ୍କ ବିରୋଧରେ ଅପରାଧିକ ମାନହାନୀ ମୋକଦ୍ଦମାରେ ପକ୍ଷ ରଖି ତାଙ୍କ ବିରୋଧରେ ଅଭିଯୋଗକୁ ଏମ ଜେ ଆକବର କେବଳ ଖଣ୍ଡନ କରିନାହାନ୍ତି ଓଲଟା ଆରୋପ ଲଗାଇଛନ୍ତି । ସେ କହିଛନ୍ତି ବିନା କୌଣସି ଆଧାର, ଭିତ୍ତି ଓ ପ୍ରମାଣ ନଥାଇ ରମାନୀ ତାଙ୍କୁ ଗଣମାଧ୍ୟମର ସବୁଠୁ ବଡ ଯୌନ ଶିକାରୀ ବୋଲି ଆକ୍ଷେପ କରିଛନ୍ତି । ସୋମବାର ଅଦାଲତରେ ଏକ ଅପରାଧିକ ମାନହାନୀ ମାମଲାର ଅନ୍ତିମ ଶୁଣାଣି ସମୟରେ ଆକବର ତାଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଡ଼ଭୋକେଟ ଗୀତା ଲୁଥ୍ରାଙ୍କ ମାଧ୍ୟମରେ ରମାଣୀ ଙ୍କ ବିରୋଧରେ ଯୁକ୍ତି ଓ ଦଲିଲ ଦାଖଲ କରିଥିକରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆକବରଙ୍କ ବିରୋଧରେ ଦୋଷାରୋପ କରିଥିବା ରମାନୀ କହିଥିଲେ ଯେ, ୨୦ ବର୍ଷ ତଳେ ସେ ଆକବରଙ୍କ ଦ୍ବାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ।  

୨୦୧୮ ରେ ସାରା ଦେଶରେ ‘ମି-ଠୁ’ ଚର୍ଚ୍ଚା ବେଳେ ମହିଳା ସାମ୍ବାଦିକ ରମାନୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ରମାନୀଙ୍କ ବିରୋଧରେ ଅପରାଧିକ ମାନହାନୀ ମୋକଦ୍ଦମା କରିଥିଲେ ଆକବର । କୋର୍ଟରେ ଆକବରଙ୍କ ପାଇଁ ଲଢୁଥିବା ଲୁଥ୍ରା ଯୁକ୍ତି ରଖିବା ବେଳେ ରମାନୀଙ୍କ ଟ୍ବିଟ୍ ସଂପର୍କରେ ଉଲ୍ଲେଖ କରିଥିଲେ ।  

ଅତିରିକ୍ତ ମହାନଗର ନିଗମର ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାରଙ୍କ କୋର୍ଟରେ ମାମଲାର ଶୁଣାଣି ବେଳେ ଆଡଭୋକେଟ୍ ଲୁଥ୍ରା ଦର୍ଶାଇଛନ୍ତି ଯେ, ସାମ୍ବାଦିକା ରମାନୀ ବିନା ଆଧାରରେ ତାଙ୍କ ମହକିଲ (ଆକବର)ଙ୍କ ବିରୋଧରେ ଟ୍ବିଟ୍ କରିଥିଲେ ମଧ୍ୟ ତାହାକୁ ସଂଶୋଧନ କରିବା ସଂପର୍କରେ ମିଛ କହି ସମୟ ନେଇଛନ୍ତି । ଏପରି ଜଣେ ନିଜ ଇଚ୍ଛାରେ ଆଇନକୁ ମୋଡିପାରିବନାହିଁ ବୋଲି ଯୁକ୍ତି କରିଛନ୍ତି ଲୁଥ୍ରା । ଆକବରଙ୍କ ଇସ୍ତଫା ଉପରେ ସେ ରାମାନୀଙ୍କ ଟ୍ବିଟ୍ କୁ ଅପରିପକ୍ବ ବୋଲି କହିଛନ୍ତି । ଏପରିକି କୋର୍ଟ ବାହାରେ ଏକ ପରୀକ୍ଷା ଚାଲିଛି ବୋଲି ଲୁଥ୍ରା କହିଛନ୍ତି । ତେବେ କୋର୍ଟ ଏବଂ ଆଇନର ସଠିକ୍ ପ୍ରକ୍ରିୟା ବାହାଲ ରହିଛି । କେହି ନିଜ ଇଚ୍ଛାରେ କାନୁନ ଗଠନ କରିପାରିବେନି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ମସିହା ଅକ୍ଟୋବର ୧୫ତାରିଖରେ ରମାନୀଙ୍କ ବିରୋଧରେ ଅପରାଧିକ ମାନହାନୀ ମୋକଦ୍ଦମା କରିଥିଲେ ଏମ ଜେ ଆକବର । ଏହାର ଦୁଇ ଦିନ ପରେ ଅର୍ଥାତ୍ ୧୭ ଅକ୍ଟୋବରରେ ଆକବର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତାଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.