ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

Published By : Prameya-News7 Bureau | January 24, 2020 IST

ଭଦ୍ରକ ୨୪।୧: ପୂର୍ବତନ ମନ୍ତ୍ରୀ ତଥା ଧାମନଗରର ପୂର୍ବତନ ବିଧାୟକ ଜଗନ୍ନାଥ ରାଉତଙ୍କ ପରଲୋକ । ୭୭ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ୩ ଥର ବିଧାୟକ ହେବା ସହ ନଗର ଉନୟନ, ସ୍ବାସ୍ଥ୍ୟ ଓ ଶିଳ୍ପ ବିଭାଗର ସେ ମନ୍ତ୍ରୀ ଥିଲେ ।

କଂଗ୍ରେସ ଦଳର ଟିକେଟରେ ୧୯୮୦, ୧୯୮୫ ଓ ୧୯୯୫ମସିହାରେ ଧାମନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ମସିହାରେ ମନ୍ତ୍ରୀ ପଦ ପାଇଥିଲେ ଜଗନ୍ନାଥ । ଅସୁସ୍ଥ ହୋଇ ଭୁବନେଶ୍ବର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.