Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

4/02/2019 at 8:20 AM

ଭୁବନେଶ୍ବର ୪|୨: ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳେକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ ।  ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଏକାଦଶ, ଦ୍ବାଦଶ ବିଧାନସଭାରେ ସେ ସଦସ୍ୟ ଥିଲେ। ୧୯୭୪ ମସିହାରେ ଷଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦ୍ବିତୀୟ ଥର ପାଇଁ ୧୯୭୭ରେ ସପ୍ତମ ବିଧାନସଭାକୁ ନିର୍ବାଚିତ ହେବା ପରେ ୧୯୮୦ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇଥିଲେ ହରିହର। କଟକ ମଧୁସୂଦନ ଆଇନ୍ ମହାବିଦ୍ୟାଳୟରେ ପଢ଼ିବା ବେଳେ ୧୯୬୮ରୁ ୭୧ ଯାଏ ଛାତ୍ର ସଂସଦର ସଭାପତି ଥିଲେ। ପରେ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଓ ଏଆଇସିସି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରେ କରଣ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ଥିଲେ ।

ତେବେ ବରିଷ୍ଠ କଂଗ୍ରେସ ନେତା ହରିହରଙ୍କୁ ଆପୋଲ ହସ୍ପିଟାଲରେ ନିଆଁ ଲାଗିବା ପରେ ଆମ୍ରିକୁ ସ୍ଥାନାନ୍ତର କରାଯାଇଥିଲା । ୨ଟି ହସ୍ପିଟାଲ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ବାପାଙ୍କ ମୃତ୍ୟୁ ହୋଇଥିବା ହରିହରଙ୍କ ପୁଅ ରାଜେଶ କରଣ ଅଭିଯୋଗ କରିଛନ୍ତି ।

   Related Posts