ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ୯୦ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | January 28, 2019 IST

ଭୁବନେଶ୍ବର ୨୮|୧:  ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ । ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ୯୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୯ ଯାଏଁ ବାଙ୍ଗିରିପୋଷିରୁ ବିଜେଡି ବିଧାୟକ ଥିଲେ । ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ୍ ହେଉଛନ୍ତି ଚୈତନ୍ୟ ମାଝିଙ୍କ ଝିଅ ।

ସେ ୧୯୨୯ ମସିହା ନଭେମ୍ବର ୧୯ ତାରିଖରେ ମୟୂରଭଞ୍ଜ ଠାରେ ଜନ୍ମ ଗ୍ରହଣ କରିଥିଲେ । ଚୈତନ୍ୟ ପ୍ରସାଦ ବିଜ୍ଞାନରେ ସ୍ନାତକ କରିଥିଲେ। ୧୯୭୯ ରୁ ୧୯୮୫ ଯାଏଁ ସେ ଓପିଏସସିର ସଦସ୍ୟ ଥିଲେ। କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ୧୯୭୨ ରୁ ୧୯୭୮ ଯାଏଁ ସେ ରାଜ୍ୟସଭା ସାଂସଦ ହୋଇ କେନ୍ଦ୍ର କ୍ୟାବିନେଟ୍‌ରେ ପେଟ୍ରୋଲିୟମ୍‌ ଓ କେମିକାଲ୍‌ର ଡେପୁଟି ମିନିଷ୍ଟର୍‌ ଥିଲେ। ୧୯୯୮-୨୦୦୦ ଯାଏଁ ସେ ପଶ୍ଚିମ ଓଡ଼ିଶା ବିଶ୍ବବିଦ୍ୟାଳୟର ଏକାଡେମିକ୍‌ କାଉନ୍‌ସିଲ୍‌ ଥିଲେ। ୧୯୯୦ ରୁ ୧୯୯୫ ଯାଏଁ ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଥିଲେ। ସେ ଜନଜାତି ଭାଷା ଓ ସଂସ୍କୃତି ସମ୍ବନ୍ଧରେ ପୁସ୍ତକ ପ୍ରକାଶ କରିବା ସହ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଟ୍ରାଇବାଲ୍‌ ଲିଟେରାରି ଫୋରମ୍‌ର ସଦସ୍ୟ  ମଧ୍ୟ ଥିଲେ। ତାଙ୍କ ପରଲୋକରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.