Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବନ୍ଧୁକ ଛାଡି ଏବେ ହାତରେ ଅଟୋ ଷ୍ଟେରିଙ୍ଗ ଧରିଛନ୍ତି ଜଣେ ମାଓବାଦୀ

18/11/2019 at 3:17 PM

ମାଲକାନଗିରି ୧୮।୧୧: ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ଏବେ ମାଲକାନଗିରି ସହରର ଜଣେ ଆଦର୍ଶ ଅଟୋ ଚାଳକ । ଆକାଶରେ ସୁର୍ଯ୍ୟ ଯେପରି ଦୁନିଆକୁ ଆଲୋକ ଯୋଗାଇଥାଏ ଠିକ୍ ସେପରି ମାଲକାନଗିରି ଜିଲ୍ଲାର ସୁର୍ଯ୍ୟ ଓରଫ ମାଓନେତା ଅଶୋକ ଲୋକଙ୍କ ପାଇଁ ଆଶାର ଆଲୋକ । ଆପଣଙ୍କ ପକେଟର ଟଙ୍କା ଥାଉ କି ନଥାଉ ,  କିନ୍ତୁ  ସେ ଆପଣଙ୍କୁ ସୁରକ୍ଷିତ ଅବସ୍ତାରେ ମାଲକାନଗିରି ବସଷ୍ଟାଣ୍ଡରୁ ସହରର ଯେକୌଣସି ଜାଗାକୁ ନେଇପାରିବ ।

ସୂଚନାଯୋଗ୍ୟ ଯେ, ଦିନେ ଲାଲ୍ ଗଡରେ ଲୋକଙ୍କୁ ନାଲି ଆଖି ଦେଖାଉଥିଲେ ସେ , ହେଲେ ଆଜି ସହରର ଜଣେ ଆଦର୍ଶ ଅଟୋ ଚାଳକ ।ମାଲକାନଗିରି ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ସୁର୍ଯ୍ୟ ଓରଫ ଅଶୋକଙ୍କ କଥା । ପାଞ୍ଚ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିବା ପରେ ସୁର୍ଯ୍ୟଙ୍କୁ ମିଳିଥିଲା କେବଳ ହିଂସାର ରାସ୍ତା । ହାତରେ ବନ୍ଦୁକ ଧରି ନିଜର ଆଦିବାସୀ ଲୋକଙ୍କ କରୁଥିଲେ ଭୟଭୀତ । ତେବେ ୨୦୧୭ ମସିହାରେ ସୂର୍ଯ୍ୟଙ୍କ ଜୀବନରେ ଆସିଥିଲା ପରିବର୍ତ୍ତନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ସୂର୍ଯ୍ୟ ।  ସରକାରଙ୍କ ସହାୟତାରେ ଏକ ଅଟୋ କିଣି ମାଲକାନଗିରି ବସଷ୍ଟାଣ୍ଡରେ ସାଜିଛନ୍ତି ଜଣେ ଆଦର୍ଶ ଅଟୋ ଚାଳକ । ଦିନକୁ ପାଞ୍ଚ ଶହ ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ବେଶ ଖୁସିରେ ରହିବା ସହ ସୂର୍ଯ୍ୟଙ୍କ ପରି ଜଣେ ଆଦର୍ଶ ବ୍ୟକ୍ତିଙ୍କୁ ବିନା ଡୋନେସନରେ ଅଟୋ ସଂଗଠନରେ ସାମିଲ କରିଛି ସଂଘ ।

 ଯାହାକୁ ଦିନେ ଲୋକେ ଭୟ କରୁଥିଲେ, ଆଜି କିନ୍ତୁ ତାଙ୍କୁ ନିର୍ଭୟରେ ଖୋଜୁଛନ୍ତି ସହରବାସୀ । କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଏବେ ପୁର୍ବତନ ମାଓନେତା ତଥା ବର୍ତ୍ତମାନର ଆଦର୍ଶ  ଅଟୋ ଚାଳକ ସୂର୍ଯ୍ୟ । ଗରିବ ଲୋକ ଓ କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ସୂର୍ଯ୍ୟ ଅଳ୍ପ ଟଙ୍କା ଭଡା ନେଉଛି। ଆଉ କିଛି ଲୋକେ ସୁରକ୍ଷିତ ଅବସ୍ତାରେ ନିଜ ଘରକୁ ଫେରିବା ଲାଗି ସୂର୍ଯ୍ୟଙ୍କ ଅଟୋକୁ ଅପେକ୍ଷା କରିଥାନ୍ତି । ମାଲକାନଗିରି ବସଷ୍ଟାଣ୍ଡରେ ଶତାଧିକ ଅଟୋ ରହିଥିବା ବେଳେ ସୂର୍ଯ୍ୟ ଭାଇଙ୍କ କଥା ଟିକିଏ ଅଲଗା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ନକ୍ସଲ ଆଦର୍ଶରୁ ଦୁରେଇ ଏବେ ସମାଜରେ ଜଣେ ଆଦର୍ଶ ଅଟୋ ଚାଳକ ହୋଇ ପାରିଛନ୍ତି ସୂର୍ଯ୍ୟ । ତେଣୁ ସୁର୍ଯ୍ୟଙ୍କ ଏହି ଆଦର୍ଶ ଯେ ଅନ୍ୟ ମାଓବାଦୀଙ୍କ ପାଇ ଉଦାହରଣ ପାଲଟିବ ଏଥିରେ ସନ୍ଦେହ ନାହି ।

   Related Posts