କାଶ୍ମୀର ନେଇ ଭାରତ ବିରୋଧରେ ଦେଇଥିବା ବୟାନ ଲାଗି କ୍ଷମା ମାଗିଲେ ପୂର୍ବତନ ମାଲେସିଆ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 08, 2020 IST

କୁଆଲଲମ୍ପୁର ୮।୮:  ଜମ୍ମୁ-କାଶ୍ମୀରକୁ ନେଇ ଭାରତ ବିରୋଧରେ ବୟାନ ଲାଗି ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଶନିବାର ନିସର୍ତ୍ତ କ୍ଷମାଯାଚନା କରିଛନ୍ତି। ସେ କହିଛନ୍ତି ଯେ ମୁଁ ଯାହା ବି କହିଥିଲି ସେଥିଲାଗି କେବେ କ୍ଷମା ମାଗିନଥାନ୍ତି, ହେଲେ ଏଥିଲାଗି ମୋ ଦେଶକୁ ଏତେ ମୂଲ୍ୟ ଦେବାକୁ ପଡିବ ତାହା ମୁଁ ଜାଣି ନଥିଲି। ମୋ ବୟାନ ପରେ ଭାରତ ମାଲେସିଆରୁ ପାମୋଲିନ ଆମଦାନୀ ବନ୍ଦ କରିଦେଇଛି।

{"id":311841,"sizeSlug":"large"}

ଜମ୍ମୁ-କାଶ୍ମୀରରୁ ସମ୍ବିଧାର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ନେଇ ଗତବର୍ଷ ମହାଥିର ଜାତିସଂଘରେ ଭାରତ ବିରୋଧରେ ଭାଷଣ ଦେଇଥିଲେ। ଫଳରେ ଦୁଇ ଦେଶଙ୍କ ମଧ୍ୟରେ ଥିବା ସମ୍ପର୍କ ତିକ୍ତ ହୋଇଥିବା ବେଳେ ଭାରତ ସରକାର ମାଲେସିଆ ସହ ସମସ୍ତ ବ୍ୟବସାୟୀକ ସମ୍ପର୍କ ବାତିଲ କରିଦେଇଥିଲେ। ଏଥିରେ ପାମୋଲିନ ଆମଦାନୀ ବନ୍ଦ ହେବା ଦେଶର ଆର୍ଥିକ ସ୍ଥିତିକୁ ଧୂଳିସାତ କରିଛି। ଏହା ବ୍ୟତୀତ ଭାରତ ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଏବେ ପାମୋଲିନକୁ ନେଇ ମାଲେସିଆ ଓ ଇଣ୍ଡୋନେସିଆ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି।

{"id":311848,"sizeSlug":"large"}

ଭାରତ ସରକାର ୯ ସେପ୍ଟେମ୍ବର ୨୦୧୯ରେ ଲଗାଇଥିବା କଟକଣାରେ ରିଫାଇଣ୍ଡ, ବ୍ଲିଚଡ୍. ଡିୟୋଡିରାଇଜଡ୍ ପାମୋଲିନର ଆମଦାନୀ ନିଷିଦ୍ଧ କରିଛନ୍ତି। ଏଥିଯୋଗୁ ଇଣ୍ଡୋନେସିଆର ରପ୍ତାନୀ ମଧ୍ୟ ଏବେ ପ୍ରଭାବିତ ହେବାକୁ ଯାଉଛି। ଭାରତର ପରିବର୍ତ୍ତିତ ନୀତିରେ ଏବେ ଦେଶକୁ ଅଶୋଧିତ ପାମୋଲିନର ଆମଦାନୀ ବଢିବ। ଏଥିରୁ ଘରୋଇ ଉଦ୍ୟୋଗକୁ କାମ ମିଳିବା ସହ ଦେଶ ଆତ୍ମନିର୍ଭରତା ଆଡକୁ ଆଉ ଗୋଟିଏ ପାଦ ଆଗେଇ ପାରିବ ବୋଲି ଡିଜିଏଫଟି ସୂଚନା ଦେଇଛନ୍ତି।

{"id":311855,"sizeSlug":"large"}

ଭାରତର ପଦକ୍ଷେପ ଯୋଗୁ ବିଦେଶରୁ ପାମୋଲିନର ଆମଦାନୀ ପ୍ରାୟ ୭୫ ହଜାରରୁ ୧ ଲକ୍ଷ ଟନ ପର୍ଯ୍ୟନ୍ତ ହ୍ରାସ ହେବ। ଯାହା ରପ୍ତାନୀକାରୀ ଦେଶଙ୍କ ଆର୍ଥିକ ଶୃଙ୍ଖଳା ପ୍ରଭାବିତ କରିବା ନିଶ୍ଚିତ। ତେବେ ଭାରତର ନିଷ୍ପତ୍ତି ମାଲେସିଆର ଆର୍ଥିକ ପରିଦୃଶ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଦେଶରେ ବେକାରୀ ବଢିଥିବା ବେଳେ ଉତ୍ପାଦିତ ତୈଳ ରପ୍ତାନୀ ହୋଇ ନ ପାରିବା ବିଷମ ବ୍ୟବସାୟୀକ ପରିସ୍ଥିତି ସୃଷ୍ଟି କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.