Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ପାକିସ୍ତାନ ସହ ସଂପର୍କ ପଡିଲା ଭାରି ? ପାର୍ଟିରୁ ବହିଷ୍କୃତ ହେଲେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ

29/05/2020 at 7:14 PM

କୁଆଲାଲମ୍ପୁର ୨୯।୦୫: ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦଙ୍କୁ ତାଙ୍କ ପାର୍ଟି  ବରସାତୁ ଦଳରୁ ବହିଷ୍କାର କରିଛି। ଏହା ପରେ ମହାତିର ପାର୍ଟିର ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୯୪ ବର୍ଷୀୟ ମହାତିଙ୍କ ସହିତ ତାଙ୍କର ପୁତ୍ର ଓ ତିନି ଅନ୍ୟ ବରିଷ୍ଠ ସଦସ୍ୟଙ୍କୁ ଗୁରୁବାର ପାର୍ଟିର ବରଖାସ୍ତ କରାଯାଇଛି। ମହାତିର ଗତ ବର୍ଷ ମିଳିତ ଜାତିସଂଘରେ କାଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ସହ ସୁର ମିଳାଇଥିଲେ। ଏହା ପରେ ତାଙ୍କୁ ନିଜ ଦେଶର ରାଜନୈତିକ ଦଳ ପକ୍ଷରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହି କାରଣରୁ ତାଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହା ପୂର୍ବରୁ ରାଜନୈତିକ ଘଟଣାକ୍ରମ ମଧ୍ୟରେ ମହାତିର ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପାର୍ଟିର ଅନ୍ୟ ସଦସ୍ୟ ମୋହିଉଦ୍ଦିନ ୟାସିନଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଥିଲା। ଏହା ପରେ ପାର୍ଟି ଦୁଇ ଗୋଷ୍ଠୀରେ ପରିଣତ ହୋଇଥିଲା। ମହାତିରଙ୍କ ପୁତ୍ର ମୁଖାରିଜ ମହାତିର ପାର୍ଟିର ସଭାପତି ନିର୍ବାଚନ ଲାଗି ମୋହିଉଦ୍ଦିନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଅନ୍ୟପଟେ କରୋନା ଭାଇରସ୍‌ ମହାମାରୀ କାରଣରୁ ନିର୍ବାଚନ ଘୁଞ୍ଚି ଯାଇଛି।

ମହାତିର ଓ ବରଖାସ୍ତ ହୋଇଥିବା ଅନ୍ୟ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବରସାତୁ ସଭାପତି ବିନା କୌଣସି ବେଆଇନ କାରଣରୁ ସେମାନଙ୍କୁ ଏକତରଫା ଭାବେ ପାର୍ଟିରୁ ବହିଷ୍କାର କରିଛନ୍ତି। ଏହି ପଦକ୍ଷେପକୁ ଆମେ ଚ୍ୟାଲେଞ୍ଜ ଦେବୁ।

ଉଲ୍ଲେଖନୀୟ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଗତ ବର୍ଷ ମିଳିତ ଜାତିସଂଘରେ ନିଜର ସମ୍ବୋଧନର ସମ୍ବନ୍ଧିତ ଅନେକ ଟୁଇଟ୍‌ କରିଥିଲେ। ସେ କାଶ୍ମୀର ବିଷୟରେ ଉଲ୍ଲେଖ କରି ଟୁଇଟ୍‌ କରିଥିଲେ ଯେ, ମିଆଁମାରରେ ରୋହିଙ୍ଗ୍ୟାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ବିଶ୍ଵର ବିବଶତା ସ୍ପଷ୍ଟ ନଜର ଆସୁଛି। ଏବେ ଜାମ୍ମୁ ଓ କାଶ୍ମୀର ଉପରେ ୟୁନଏର ପ୍ରସ୍ତାବ ପରେ ମଧ୍ୟ ଭାରତ ଏହା ଉପରେ ଅବୈଧ କବଜା କରିଛି।

   Related Posts