Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅନିଲ ଦେଶମୁଖ, ମନି ଲଣ୍ଡରିଂ କେସରେ ଗିରଫ ହୋଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ

6/11/2021 at 3:51 PM

ମୁମ୍ବାଇ ୦୬/୧୧ : ମନି ଲଣ୍ଡରିଂ କେସରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ସ୍ବତନ୍ତ୍ର ପିଏମ୍‌ଏଲଏ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ଅନିଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଦେଶମୁଖଙ୍କୁ ହେପାଜତରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ ବା ED । ଯାହାକୁ କି କୋର୍ଟ ଅଗ୍ରାହ୍ୟ କରିଛନ୍ତି । ମନି ଲଣ୍ଡରିଂ କେସରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରିଥିଲା ଇଡି ।

ଶନିବାର ଅନିଲ ଦେଶମୁଖଙ୍କୁ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ବେଳେ ଦେଶମୁଖଙ୍କୁ ହେପାଜତକୁ ନେବାକୁ କୋର୍ଟଙ୍କ ନିକଟରେ ଅପିଲ କରିଥିଲା ଇଡି । କିନ୍ତୁ ସ୍ପେଶାଲ କୋର୍ଟ ଏହାକୁ ଖାରଜ କରିଦେବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜକୁ ପଠାଇବାକୁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ସୋମବାର ମନି ଲଣ୍ଡରିଂ କେସରେ ଅନିଲ ଦେଶମୁଖଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପ​‌ରେ ଗିରଫ କରାଯାଇଥିଲା । ପଚରାଉଚରା ବେଳେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ ଦେଶମୁଖ । ପରେ ତାଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ଅନିଲଙ୍କ ପୁଅ ଋଷିକେଶ ଦେଶମୁଖଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ଜାରି କରାଯାଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇ ନାହାନ୍ତି । ତାଙ୍କୁ ପଚରାଉଚରା ବେଳେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିୟା ବାହାରୁ ଗତ ଫେବୃଆରୀ ୨୫ ତାରିଖରେ ବିସ୍ଫୋଟକ ବୋଝେଇ ସ୍କର୍ପିଓ ଜବତ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ବାଜେଙ୍କ ନାଁ ସାମ୍ନାକୁ ଆସିଥିଲା । ସେତେବେଳେ ସଚିନ ବାଜେଙ୍କୁ ବଦଳି କରିଦେଇଥିଲେ ମହାରାଷ୍ଟ୍ର ସରକାର । ତାଙ୍କୁ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ମିଳିଥିଲା । ଏହା ପରେ ପରମବୀର ସିଂହ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଅନିଲ ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ପ୍ରତି ମାସରେ ୧୦୦ କୋଟି ଟଙ୍କା ଦେବାକୁ ସଚିନ ବାଜେଙ୍କୁ କହିଥିଲେ । ଏହି ମାମଲାର ତଦନ୍ତ ଜାରି ରହିଥିଲା । ଶେଷର ଗତ ସୋମବାର ଅନିଲ ଦେଶମୁଖଙ୍କୁ ଗିରଫ କରାଯାଇଥିଲା ।  

   Related Posts