ପୂର୍ବତନ ବିଚାରପତି ସି ଏସ୍ କରନାନ ଗିରଫ : ସୋସିଆଲ ମିଡିଆରେ ବିବାଦୀୟ ଭିଡିଓ ପୋଷ୍ଟ କରି ସୁପ୍ରିମକୋର୍ଟ ବିଚାରପତି, ସେମାନଙ୍କ ପତ୍ନୀ ଓ ମହିଳା ବିଚାରପତିଙ୍କୁ କରିଥିଲେ ଅଶ୍ଳୀଳ ଆକ୍ଷେପ

Published By : Prameya-News7 Bureau | December 02, 2020 IST

ଚେନ୍ନାଇ ୨।୧୨: କୋଲକତା ଓ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି ଏସ୍ କରନାନଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସର ସାଇବର କ୍ରାଇମ୍ ଟିମ୍ । ଜଷ୍ଟିସ୍ କରନାନା ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ବିଚାରପତି, ସେମାନଙ୍କ ପତ୍ନୀ ଏବଂ ମହିଳା ବିଚାରପତିଙ୍କୁ ଅଶ୍ଳୀଳ ଆକ୍ଷେପ କରିଥିଲେ ।

ଜଷ୍ଟିସ୍ କରନାନଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଗିରଫ କରିଛି । ଭେପେରିରେ ସ୍ଥିତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ତାଙ୍କୁ ରଖାଯାଇଛି । ଆଇପିସି ଧାରା ୫୦୯ ଏବଂ ୧୫୩ ଆଧାରରେ ତାଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ।

ପୋଲିସର କହିବା ଅନୁସାରେ ଜଷ୍ଟିସ୍ କରନାନଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବା ପରେ ହାଜତକୁ ପଠାଇ ଦିଆଯିବ ।

ଅକ୍ଟୋବର ମାସରେ ଥିରୁଭନୟର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର୍ ଭାନୁମତୀଙ୍କ ଘରେ ୫ ଜଣ ଲୋକ କରନାନଙ୍କ ନାଁ ନେଇ ଜୋରଜବରଦସ୍ତି ପସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.