Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମଲନାଥଙ୍କ ଦାବି- ମୋ ସଂପର୍କରେ ଅନେକ ଅଛନ୍ତି ବିଜେପି ନେତା, ଖୁବ୍ ଶୀଘ୍ର ପରିଣାମ ଭୋଗିବେ ଶିବରାଜ

3/05/2020 at 9:24 PM

ଭୋପାଳ ୦୩।୦୫: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ ଦାବି କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ଅନେକ ନେତା ତାଙ୍କ ସଂପର୍କରେ ଅଛନ୍ତି ଏବଂ ଆଉ କିଛି ସମୟ ପରେ ସବୁ ସାମ୍ନାକୁ ଆସିବ।  ରବିବାର ଏକ ଭିଡିଓ ପ୍ରେସ୍ କନଫରେନ୍ସକୁ ସମ୍ବୋଧିତ କରି କମଲନାଥ କହିଛନ୍ତି ବିଜେପିର ଅନେକ ନେତା ଏବେ ମଧ୍ୟ ମୋ ସଂପର୍କରେ ଅଛନ୍ତି ଏବଂ ଶିବରାଜ ସରକାରଙ୍କୁ ଖୁବ୍ ଶୀଘ୍ର ଏହି ସ୍ଥିତି ସାମ୍ନା କରିବାକୁ ପଡିବ।

ଏହା ସହିତ କମଲନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନରେ କଂଗ୍ରେସ ୨୦ ରୁ ୨୨ ସିଟ୍ ଜିତିବ। କମଲନାଥ ଏହା ମଧ୍ୟ ଦାବି କରିଛନ୍ତି ଯେ, ଉପ ନିର୍ବାଚନ ପରେ ବିଜେପି କ୍ଷମତାରୁ ବିତାଡିତ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିର ସମସ୍ତ ଆରୋପର ଜବାବ ବି ରଖିଛନ୍ତି। କମଲନାଥ କହିଛନ୍ତି, କୋଭିଡ୍-୧୯ର ମୁକାବିଲା ପାଇଁ ତତ୍କାଳୀନ ସରକାର ଅନେକ ବଡ ପଦକ୍ଷେପ ନେଇଥିଲେ।, ଯଦି ଆମର ସରକାର କ୍ଷମତାରେ ଥାନ୍ତା ତେବେ କରୋନା ନିୟନ୍ତ୍ରଣକୁ ନେଇ ଅନ୍ୟ ରାଜ୍ୟଠୁ ଆଗରେ ଥାନ୍ତା।

ସେ କହିଛନ୍ତି ତତ୍କାଳୀନ ସରକାର କରୋନା କାରଣରୁ ଆଇଫା ଆଓ୍ଵାର୍ଡକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ରାଜ୍ୟରେ ଟେଷ୍ଟିଂ ଲ୍ୟାବ୍‌ ବ୍ୟବସ୍ଥା କରିବାକୁ ଟେଷ୍ଟ ଲ୍ୟାବ୍‌ ଚିହ୍ନଟ କରିଥିଲେ। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଖ୍ୟ ସଚିବ ଓ ଜିଲ୍ଲାପାଳଙ୍କୁ ଆବଶ୍ୟକ ଗାଇଡ୍‌ ଲାଇନ୍‌ ଜାରି କରାଯାଉଥିଲା। ଶିବରାଜ ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା କହି ସେ ଜୋରଦାର ହମଲା କରିଛନ୍ତି। ସେ ନିଜ ସରକାର ସମୟରେ କୃଷକଙ୍କ ଋଣ ଛାଡ ନିଷ୍ପତ୍ତିକୁ ଜାରି ରଖିବା ସହିତ ଜୁନରୁ ଛଅ ଲକ୍ଷ କୃଷକଙ୍କ ଋଣ ଛାଡ କରିବାକୁ ଦାବି କରିଛନ୍ତି।

   Related Posts