ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ

Published By : Prameya-News7 Bureau | July 26, 2020 IST

ସମ୍ବଲପୁର୨୬/୭:  ସମ୍ବଲପୁର ଜିଲ୍ଲାର ରେଢାଖୋଲ ବିଧାନସଭାର ପୂର୍ବତନ ବିଧାୟକ ତଥା ସମ୍ବଲପୁର ଭତରାସ୍ଥିତ ଗାନ୍ଧୀ ମନ୍ଦିରର ନିର୍ମାତା ଅଭିମନ୍ୟୁ କୁମାରଙ୍କ ପରଲୋକ। ରବିବାର  କଂଗ୍ରେସର ଏହି ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ ହୋଇଯାଇଛି । ରେଢ଼ାଖୋଲ ବିଧାନସଭାରୁ ଚାରି  ଥର  ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଯଥାକ୍ରମେ ୧୯୭୧, ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କିଛିଦିନ ହେବ ଅସୁସ୍ଥ ଥିଲେ। ସେ ୧୯୨୮ ମସିହାରେ ଭତରା ସ୍ଥିତ ମଠପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକର ଖବର ପାଇ ତାଙ୍କ ଭତରା ସ୍ଥିତ ବାସଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଥିଲେ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର କାଯ୍ୟକର୍ତ୍ତାଙ୍କ ସମେତ ବିଧାୟକ ନାଉରି ନାଏକ, ଜୟନାରାୟଣ ମିଶ୍ର, ରୋହିତ ପୂଜାରିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.