ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

Published By : Prameya-News7 Bureau | August 13, 2018 IST

କଲିକତା ୧୩/୮ : ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲ । ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଦେହ ଅସୁସ୍ଥ ହେବାରୁ ସୋମନାଥଙ୍କୁ ଦକ୍ଷିଣ କଲିକତାର ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା ।ଗତ ୮ ତାରିଖରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି । ୧୯୨୯ମସିହା ଜୁଲାଇ ୨୫ତାରିଖରେ ଆସାମ ତେଜପୁରରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୬୮ ମସିହାରେ ସେ ରାଜନୀତି ଦୁନିଆରେ ପାଦ ଦେଇଥିଲେ। ସେ ୧୦ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଓ ସିପିଆଇ (ଏମ୍‌)ର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ । ୧୯୯୬ରେ ଉତ୍କୃଷ୍ଟ ସାଂସଦର ପୁରଷ୍କାର ମିଳିଥିଲା । ସେ ୨୦୦୪ରୁ ୨୦୦୯ ଯାଏଁ ଲୋକସଭା ବାଚସ୍ପତି ଥିଲେ । ଉପା-୧ ସରକାରରୁ ତାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ବାଚସ୍ପତି ପଦରୁ ଇସ୍ତଫା ନଦେବାରୁ ଏହି ବର୍ଷିୟାନ୍‌ ନେତାଙ୍କୁ ୨୦୦୮ରୁ ସିପିଆଇ (ଏମ୍‌) ଦଳରୁ ବହିଷ୍କୃତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.