ଧାନର ଅଭାବୀ ବିକ୍ରିକୁ ନେଇ ପୁର୍ବତନ ବିଧାୟକଙ୍କ ଧାରଣା ଚେତାବନୀ
6/03/2021 at 9:43 PM

ନୀଳଗିରି ୦୬/୦୫ : ଧାନର ଅଭାବୀ ବିକ୍ରି ନେଇ ଆସନ୍ତା ମଙ୍ଗଳବାର ଧାରଣା ଦେବେ ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ । ଟୋକନ ଆସିଥିବା ଚାଷୀଙ୍କ ଧାନ କିଣିବା ଓ ସ୍କାନିଂ କରିନଥିବା ଚାଷୀଙ୍କର ଧାନ କିଣା ପ୍ରତିବାଦରେ ଏହି ଧାରଣା ଦେବେ ବୋଲି ସାମ୍ବାଦିକ ସମ୍ମୀଳନୀ ଜରିଆରେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ନୀଳଗିରି ଉପଖଣ୍ଡରେ ପାଖାପାଖି ୫ ହଜାର ଚାଷୀମାନଙ୍କୁ ଟୋକନ ଦିଆଯାଇଛି । ତେବେ ଟୋକନ ଦିଆଯାଇଥିଲେ ସୁଦ୍ଧା ତାଙ୍କର ସ୍କାନିଂ କରାଯାଉନାହିଁ କିମ୍ବା ସେମାନଙ୍କର ଧାନ ମଧ୍ୟ କିଣା ଯାଉନାହିଁ । ଏହାକୁ ନେଇ ନୀଳଗିରିରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ତେଣୁ ନିଜର ହକ ପାଇବା ପାଇଁ ଚାଷୀ ମାନଙ୍କ ସହ ପୁର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
Related Posts
ଭୁବନେଶ୍ବରରୁ ଆଜି ଚିହ୍ନଟ ହେଲେ ୬୯୮ ଆକ୍ରାନ୍ତ, ୩୧୬ ସୁସ୍ଥ
23 April 2021