Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଧ୍ୟାପିକା ଆତ୍ମହତ୍ୟା କରିବାର ୨୦ ଘଣ୍ଟା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସ୍ୱାମୀ

13/05/2020 at 3:44 PM

ଜଳନ୍ଧର ୧୩/୦୫ : ଜଳନ୍ଧରର ଫ୍ରେଣ୍ଡ୍ସ କଲୋନୀରେ ରହୁଥିବା ଏପିଜେ କଲେଜର ପୂର୍ବତ୍ତନ ଅଧ୍ୟାପିକା ଆତ୍ମହତ୍ୟା କରିଛନ୍ତି | ଅଧ୍ୟାପିକା ଆତ୍ମହତ୍ୟା କରିବାର ୨୦ ଘଣ୍ଟା ପରେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି | ଅଧ୍ୟାପିକାଙ୍କ ସ୍ୱାମୀ ଟ୍ରେନ ସାମ୍ନାକୁ ଡେଉଁ ଆତ୍ମହତ୍ୟା କରିଛନ୍ତି | ତେବେ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡିନାହିଁ | କିନ୍ତୁ ଆତ୍ମହତ୍ୟା ପଛରେ ଜଣେ ଯୁବ କଂଗ୍ରେସ ନେତାଙ୍କ ହାତ ଥିବା ସନ୍ଦେହ କରାଯାଉଛି | ଯୁବ କଂଗ୍ରେସ ନେତା ଅଧ୍ୟାପିକାଙ୍କ ଘର ନିକଟରେ ରୁହନ୍ତି | ମୃତ ଅଧ୍ୟାପିକା ୩୫ ବର୍ଷ ବୟସ୍କା ଅସୀମା ରାଣା ଓ ତାଙ୍କ ସ୍ୱାମୀ ୩୮ ବର୍ଷ ବୟସ୍କ ବିକାଶ |

ସୂଚନାଯୋଗ୍ୟ ଯେ, ଅସୀମା ଏପିଜେ କଲେଜରେ ପାଖାପାଖି ୬ ବର୍ଷ ଯାଏଁ ଅଧ୍ୟାପିକା ଥିଲେ | ତାଙ୍କ ସ୍ୱାମୀ ବିକାଶଙ୍କର ଏକ ରେଡ଼ିମେଡ଼ ଡ୍ରେସ ଦୋକାନ ଥିଲା | ଉଭୟଙ୍କ ଆତ୍ମହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ତେବେ ସ୍ଥାନୀୟ ଲୋକେ କହିଛନ୍ତି ଯେ ଯୁବ କଂଗ୍ରେସ ନେତା ଅଧିକାଂଶ ସମୟରେ ଅସୀମାଙ୍କୁ ହଇରାଣ ହରକତ କରୁଥିଲେ | ସେଥିପାଇଁ ତାଙ୍କ ମଧ୍ୟରେ ଅନେକଥର ଝଗଡା ମଧ୍ୟ ହୋଇଥିଲା | ସୋମବାର ଦିନ ବିକାଶ ଏବଂ ଯୁବ କଂଗ୍ରେସ ନେତାଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା | ଏହାପରେ କଥା ମାରପିଟ ଯାଏଁ ପହଞ୍ଚିଥିଲା | ଏହି ଘଟଣା ପରେ ଅସୀମା ଆତ୍ମହତ୍ୟା କରିଥିଲେ |

ଅସୀମାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ବିକାଶଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ବିକାଶଙ୍କ ବିରୋଧରେ ଅସୀମାଙ୍କ ପରିବାର ଲୋକେ ଯୌତୁକ ଓ ହତ୍ୟା ମାମଲା ରୁଜ୍ଜୁ କରିଥିଲେ | ଘଟଣାକୁ ନେଇ ବିକାଶ ଅବସାଦ ଗ୍ରସ୍ତ ଥିଲେ | ସେ ବାରମ୍ବାର କହୁଥିଲେ କଂଗ୍ରେସ ନେତା ତାଙ୍କ ଘର ବର୍ବାଦ କରିଦେଇଛି | କିନ୍ତୁ ବିକାଶଙ୍କ କଥା କେହି ଶୁଣିନଥିଲେ | ଫଳରେ ଦୁଃଖ ଓ ଅବସାଦରେ ସେ ଗରାୟ ଫିଲ୍ଲୋର ରେଳ ଧାରଣା ଉପରେ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ | ପୋଲିସ ମାମଲାର ତଦନ୍ତ କରୁଛି | ବିକାଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଯୁବ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି | 

   Related Posts