ଅଯୋଧ୍ୟା ବିବାଦରେ ରାୟ ଦେଇଥିବା ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ Z + ସୁରକ୍ଷା

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ ୨୨।୦୧: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଉପଲବ୍ଧ କରାଯାଇଛି। ରଞ୍ଜନ ଗୋଗୋଇଙ୍କୁ ସମଗ୍ର ଦେଶରେ ଯେ କୌଣସି ସ୍ଥାନକୁ ଗମନାଗମନ ପାଇଁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଛି। ସିଆରପିଏଫକୁ ତାଙ୍କର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ କୁହାଯାଇଛି। ଅଯୋଧ୍ୟା ବିବାଦରେ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ମଧ୍ୟ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଜେଡ୍ ପ୍ଲସ୍ କାଟାଗୋରୀର ଲୋକଙ୍କ ସୁରକ୍ଷା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଅର୍ଥାତ ସିଆରପିଏଫ ପ୍ରଦାନ କରିଥାଏ। ଏହି ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଦେଶର ବଛା ବଛା ଲୋକଙ୍କୁ ମିଳିଥାଏ। କାହାକୁ  ଜେଡ୍ ପ୍ଲସ୍ ସୁରକ୍ଷା ମିଳିବ ଏହାର ନିଷ୍ପତ୍ତି କେନ୍ଦ୍ର ସରକାର କରିଥାନ୍ତି। ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଜେଡ୍ ପ୍ଲସ୍ ଏବଂ ଅନ୍ୟ ପ୍ରକାରର ସୁରକ୍ଷା ଭିଆଇପି ଲୋକଙ୍କୁ ଯୋଗାଇ ଦିଆଯାଇଥାଏ।

wp:html /wp:html

୨୦୧୯ ନଭେମ୍ବର ୯ରେ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଅନ୍ୟ ଚାରି ଜଜଙ୍କ ଖଣ୍ଡପୀଠ ଅଯୋଧ୍ୟା ବିବାଦ ଉପରେ ଐତିହାସିକ ରାୟ ଦେଇଥିଲେ। ପୀଠ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ କରିବାକୁ ଆଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.