CAG ଭାବେ ଶପଥ ନେଲେ ଗିରିଶ ଚନ୍ଦ୍ର ମୁର୍ମୁ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କରାଇଲେ ଶପଥ ପାଠ

Published By : Prameya-News7 Bureau | August 08, 2020 IST

ନୂଆଦିଲ୍ଲୀ ୦୮।୦୮: ଦେଶର ନୂଆ CAG ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ । ଓଡ଼ିଆ IAS ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହରେ ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ କେନ୍ଦ୍ର କ୍ୟାବିନେଟର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ବସିଥିବାର ଦେଖିବାକୁ ମିଳିଛି ।

ଜମ୍ମୁ-କାଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଦିନ ମହାଲେଖା ଅଧିକାରୀ (ସିଏଜି) ନିଯୁକ୍ତ କରାଯାଇଥିଲା। ଯେଉଁ ଦିନ ସରକାର ମୁର୍ମୁଙ୍କୁ ସିଏଜି ନିଯୁକ୍ତ କରିଛନ୍ତି । ଗତବର୍ଷ ଠିକ୍ ସେହି ଦିନ ଭାରତ ସରକାର ଜମ୍ମୁ-କାଶ୍ମୀରକୁ ସମ୍ବିଧାନର ୩୭୦ ଧାରାରୁ ମୁକ୍ତ କରିବା ସହ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ନାମରେ ଦୁଇ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିଥିଲେ।

wp:html /wp:html

ଗିରୀଶଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ । ୧୯୮୫ ବ୍ୟାଚ୍‌ ଆଇଏଏସ୍ ଅଫିସର ମୁର୍ମୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସଚିବାଳୟର ପ୍ରିନ୍ସିପାଲ ସେକ୍ରେଟାରୀ ଅବସ୍ଥାପିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ଥ ଅଧିକାରୀଙ୍କ ମଧ୍ୟରେ ଅନ୍ୟତମ ମୁର୍ମୁଙ୍କୁ କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରର ପ୍ରଥମ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା, କିନ୍ତୁ ସେ ଗତ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଦେଇଥିଲେ । ଏହାପରେ ତାଙ୍କୁ ଦେଶର ନୂଆ CAG ଭାବେ ନିଯୁକ୍ତ କରାଯାଇଥିଲା । ମହାଲେଖା ଅଧିକାରୀ ରାଜୀବ ମହର୍ଷୀଙ୍କ ସ୍ଥାନରେ କାମ କରିବେ ଗିରିଶ୍ । ଆଜି ଦେଶର ନୂଆ CAG ଭାବେ ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ ।

{"id":311416,"sizeSlug":"large"}

ମୁର୍ମ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ରେଳ ରାଜ୍ୟମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ମନୋଜ ସିହ୍ନା ଏବେ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.