Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜେଡିୟୁର ପୂର୍ବତନ ବିଧାୟକଙ୍କୁ ୫ ବର୍ଷ ଜେଲ, ଏହି ମାମଲାରେ ସଜା ଶୁଣାଇଲେ କୋର୍ଟ

13/09/2021 at 5:44 PM

ପାଟନା ୧୩/୦୯: ସସସ୍ତିପୁର ଜିଲ୍ଲା ବିଭୂତିପୁରର ପୂର୍ବତନ ଜେଡିୟୁ ବିଧାୟକ ରାମବାଳକ ସିଂହ ଏବଂ ତାଙ୍କ ଭାଇଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଲେ କୋର୍ଟ । ଆର୍ମସ୍‌ ଆକ୍ଟ ଏବଂ ମରଣାନ୍ତକ ଆକ୍ରମଣରେ ଦୁଇ ଜଣଙ୍କୁ ଦଣ୍ଡ ମିଳିଥିବା ଜଣାପଡ଼ିଛି । ଏହା ସହ ୧୫ ହଜାର ଟଙ୍କାର ଜରିମାନା ମଧ୍ୟ ଲାଗିଛି । ରାମବାଳକ ସିଂହ ବିଭୂତିପୁରରୁ ଜେଡିୟୁର ବିଧାୟକ ଥିଲେ ।

୨୦୦୦ ମସିହାରେ ବିଭୂତିପୁରର ଲଲନ ସିଂହ ପୂର୍ବତନ ବିଧାୟକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏହି ମାମଲା​‌ରେ ଶନିବାର ରାୟ ପ୍ରକାଶ କରିବା ସହ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଲଲନ ସିଂହଙ୍କ ଅଭିଯୋଗ ଅନୁସାରେ, ଜୁନ ୪, ୨୦୦୦ରେ ଶିବନାଥପୁର ଗାଁରେ ଗଙ୍ଗା ସିଂହଙ୍କ ଝିଅ ବାହା ଘରକୁ ସେ ଯାଇଥିଲେ। ଶିବନାଥପୁରର ଲାଲବାବୁ ସିଂହ ଏବଂ ରାମବାଳକ ସିଂହ ତାଙ୍କୁ ଦେଖିବା ପରେ ଧରିନେବାକୁ କହିଥିଲେ।

ଏହି ଭୟରେ ସେ ଲୁଚି ପଳାଇଆସିଥିଲେ। ରାସ୍ତାରେ ଉପେନ୍ଦ୍ର ସିଂହଙ୍କ ଘର ପାଖରେ ଲାଲବାବୁ ସିଂହ ଜଣେ ବ୍ୟକ୍ତିଙ୍କ ସହ ପିସ୍ତଲ ଧରି ପହଞ୍ଚିଥିଲେ। ଏହି ସମୟରେ  ରାମବାଳକ ମଧ୍ୟ ସେଠାରେ ପହଞ୍ଚିଥିଲେ। ତାଙ୍କ ବାଇକ ପଛରେ ମଧ୍ୟ ଜଣେ ଲୋକ ଥିଲା। ଏହା ପରେ ସେମାନେ ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ଉପରେ ଗୁଳି ଚଳାଇଥିଲେ।

ଫାୟାରିଂ ହେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଗୁଳି ମାଡ଼ରେ ତାଙ୍କର ବାମ ହାତର ଆଙ୍ଗୁଳି ନଷ୍ଟ ହୋଇଯାଇଥିଲା। ତେବେ ଏହି ଘଟଣାକୁ ପୂର୍ବ ଶତ୍ରୁତା ବୋଲି ଅଭିଯୋଗରେ ଦର୍ଶାଇଥିଲେ ଲଲନ ସିଂହ ।

   Related Posts