ଫାରୁକ୍ ଅବଦୁଲ୍ଲା ନଜରବନ୍ଦୀରୁ ମୁକ୍ତ, ୬ମାସର କଟକଣା ହଟିବା ପରେ ବି ସେ ନିଜ ଘରେ ରହିବେ ବନ୍ଦୀ
13/03/2020 at 2:05 PM

ଶ୍ରୀନଗର ୧୩।୩: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ନଜରବନ୍ଦୀ ମୁକ୍ତ ହୋଇଛନ୍ତି । ରାଜ୍ୟ ସରକାର ଶୁକ୍ରବାର ଦିନ ନଜରବନ୍ଦୀ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଧାରା ୩୭୦ ଉଠିବା ପରେ ଅଗଷ୍ଟ ୫ ତାରିଖରେ ଫାରୁକ୍ ଅବଦୁଲ୍ଲାଙ୍କୁ ଘରେ ନଜରବନ୍ଦୀ କରାଯାଇଥିଲା। ଏହାପରେ ତାଙ୍କୁ ୧୫ ସେପ୍ଟେମ୍ବରରୁ ନଜରବନ୍ଦୀ କରାଯାଇଥିଲା। ପ୍ରାୟ ୬ମାସ ପରେ ସରକାର ତାଙ୍କୁ ନଜରବନ୍ଦୀ ମୁକ୍ତ କରିଛନ୍ତି। ତେବେ ସେ ଏବେ ବି ସେ ଗୃହବନ୍ଦୀ ରହିଥିବା ଜଣାପଡିଛି ।
ଫାରୁକ୍ ଅବଦୁଲ୍ଲାଙ୍କୁ ଅଗଷ୍ଟ ୫ ତାରିଖରୁ ଗୃହବନ୍ଦୀ ଭାବେ ରଖାଯାଇଥିଲା । କିନ୍ତୁ ସରକାର ତାଙ୍କ ବିରୋଧରେ ଗତ ବର୍ଷ ସେପ୍ଟେମ୍ବର ୧୫ତାରିଖରେ ଏକ ଜନ ସୁରକ୍ଷା ଆଇନ ମାମଲା ଦାୟର କରିଥିଲେ। ଏହାପରେ ତାଙ୍କୁ ୩ ମାସ ପାଇଁ ନଜରବନ୍ଦୀ ରଖାଯାଇଥିଲା। ୩ ମାସର ଅବଧି ୧୫ ଡିସେମ୍ବରରେ ଶେଷ ହେବାର ଥିଲା, ଏହାର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ୧୩ ଡିସେମ୍ବରରେ, ତାଙ୍କ ନଜରବନ୍ଦୀ ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା | ଏବେ ତାଙ୍କୁ ନଜରବନ୍ଦୀ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଫାରୁକ୍ ଅବଦୁଲ୍ଲାଙ୍କ ବ୍ୟତୀତ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ମେହବୁବା ମୁଫତି, ଆଇଏଏସ୍ ଅଧିକାରୀରୁ ରାଜନେତା ହୋଇଥିବା ଶାହ ଫୈସଲଙ୍କ ସମେତ PSA ଅଧୀନରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ସମସ୍ତ ନେତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଓମର ଅବଦୁଲ୍ଲା, ମେହବୁବା ମୁଫତି, ଶାହ ଫୈସଲଙ୍କ ସମେତ ଅନେକ ନେତା ଜେଲରେ ଅଛନ୍ତି।
Govt issues orders revoking detention of Dr Farooq Abdullah pic.twitter.com/tcBzkwY7dI
— Rohit Kansal (@kansalrohit69) March 13, 2020