ପଦ୍ମ ଧରିଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା

Published By : Prameya-News7 Bureau | March 30, 2019 IST

ଭୁବନେଶ୍ବର ୩୦|୩: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ବିଜେପିରେ ଯୋଗଦେଇଛନ୍ତି । ଗତ ୨୮ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଯାଜପୁର ଲୋକସଭା ଆସନରୁ ସେ ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ଚଳିତ ଥର ବିଜେଡି ଯାଜପୁରରୁ ସସ୍ମିତା ସେଠୀଙ୍କୁ ପ୍ରାର୍ଥୀ କରିଛି । ତାଙ୍କୁ ଟିକେଟ୍ ନମିଳିବା ଯୋଗୁଁ ସେ ଦଳ ଛାଡିଥିବା କହିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୦୪ ଓ ୨୦୦୯ ସାଧାରଣ ନିର୍ବାଚନରେ ମୋହନ ଜେନା ଯାଜପୁର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ସାଧାରଣ ନିର୍ବାଚନ ବେଳେ ତାଙ୍କୁ ଟିକେଟ୍ ମିଳିନଥିଲା । ସେଠାରୁ ବିଜେଡି ରୀତା ତରେଇଙ୍କୁ ପ୍ରାର୍ଥୀ କରିଥିଲା ଦଳ । ରୀତା ତରେଇ ବିଜୟୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.