Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଶିଷ୍ଟ ଅର୍ଥନୀତିଜ୍ଞ ରାଜେନ୍ଦ୍ର ପଚୌରୀଙ୍କ ୭୯ବର୍ଷ ବୟସରେ ପରଲୋକ

14/02/2020 at 3:47 PM

ନୂଆଦିଲ୍ଲୀ ୧୪।୨: ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ ଟେରିର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ରାଜେନ୍ଦ୍ର ପଚୌରୀଙ୍କ ଗୁରୁବାର ଦିନ ପରଲୋକ ହୋଇଛି । ୭୯ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ଫୁସଫୁସ୍ ସଂକ୍ରମଣ ପାଇଁ ତାଙ୍କୁ ସ୍ଥାନୀୟ ଏସ୍କଟ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଓପନ ହାର୍ଟ ସର୍ଜରୀ କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଥିଲା ।

୧୯୪୦ ମସିହା ଅଗଷ୍ଟ ମାସରେ ଉତ୍ତରାଖଣ୍ଡର ନୈନିତାଲରେ ରାଜେନ୍ଦ୍ର ପଚୌରୀ ଜନ୍ମ ଗ୍ରହଣ କରିଥିଲେ । ପରିବାରରେ ତାଙ୍କ ପତ୍ନୀ ଏବଂ ୨ ଝିଅ ଅଛନ୍ତି । ପଚୌରୀ ୨୦୦୨ରୁ ୨୦୧୫ ପର୍ଯ୍ୟନ୍ତ ଆଇପିସିସିର ଅଧ୍ୟକ୍ଷ ଥିଲେ । ୨୦୦୮ରେ ତାଙ୍କୁ ଭାରତ ସରକାର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରିଥିଲେ । ଜଣେ ମହିଳା ସହଯୋଗୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ପରେ ପଚୌରୀ ଟେରିର ମହାନିର୍ଦେଶକ ପଦରୁ ଇସ୍ତଫା ଦେଇଥିଲେ।

   Related Posts