ବବ୍ ୱିଲିସ୍ ଙ୍କର ୭୦ ବର୍ଷ ବୟସରେ ପରଲୋକ
5/12/2019 at 12:05 PM

ଲଣ୍ଡନ ୦୫।୧୨: ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବବ୍ ୱିଲିସ୍ ଙ୍କର ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୭୧ରୁ ୧୯୮୪ ମଧ୍ୟରେ ୯୦ ଟେଷ୍ଟ୍ ରେ ଇଂଲଣ୍ଡର ପ୍ରତିନିଧିତ୍ବ କରି ସେ ୩୨୫ ୱିକେଟ୍ ଅକ୍ତିଆର କରିଥିଲେ । ୧୯୮୧ ମସିହା ଆସେସ୍ ଶୃଙ୍ଖଳାରେ ଇଂଲଣ୍ଡ ହେଡିଂଲେଠାରେ ହାସଲ କରିଥିବା ଐତିହାସିକ ବିଜୟରେ ସେ ପ୍ରମୁଖ ଭୁମିକା ତୁଲାଇଥିଲେ । ୱିଲିସ୍ ୧୮ ଟେଷ୍ଟ୍ ଏବଂ ୨୯ ଦିନିକିଆରେ ଇଂଲଣ୍ଡର ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ୧୯୮୪ ମସିହାରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଥିଲେ । ଏହା ପରେ ସେ ବିଭିନ୍ନ କ୍ରୀଡ଼ା ଚ୍ୟାନେଲରେ କ୍ରିକେଟ୍ ବିଶେଷଜ୍ଞ ଭାବେ ଦାୟିତ୍ବ ତୁଲାଇଥିଲେ ।
Related Posts
୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20 January 2021
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20 January 2021