Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ବିଗିଡ଼ିଲା ମିଲ୍‌ଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା, କୋଭିଡ୍‌ ହସ୍ପିଟାଲ୍‌ ଆଇସିୟୁରେ ଭର୍ତ୍ତି

3/06/2021 at 11:14 PM

ନୂଆଦିଲ୍ଲୀ ୩/୬: ମହାନ ଭାରତୀୟ ଧାବକ ମିଲ୍‌ଖା ସିଂହ ଆଇସିୟୁରେ ଭର୍ତ୍ତି। ତାଙ୍କୁ ପିଜିଆଇଏମଇଆର କୋଭିଡ୍‌ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। । ଏନେଇ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଏଜୁକେସନ ଆଣ୍ଡ ରିସର୍ଚ୍ଚର ପ୍ରବକ୍ତା ପ୍ରୋଫେସର ଅଶୋକ କୁମାର ସୂଚନା ଦେଇଛନ୍ତି।

 ୯୧ ବର୍ଷୀୟ ମିଲ୍‌ଖା ସିଂହଙ୍କ ଅକ୍ସିଜେନ୍‌ ସ୍ତର ତଳକୁ ଖସିଆସିଥିଲା । ତାପରେ ତାଙ୍କୁ ଏବେ ଆଇସିୟୁକୁ ନିଆଯାଇଛି ବୋଲି ସେ କହିଛନ୍ତି। ଏବେ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ମହାନ ଆଥଲେଟ୍‌ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ। ତାପରେ ତାଙ୍କ ପତ୍ନୀ ନିର୍ମଳ କୌରଙ୍କୁ ମଧ୍ୟ କରୋନା ହୋଇଥିଲା।

ଦୁଇ ଜଣ ଏବେ ହସ୍ପିଟାଲରେ ଅଛନ୍ତି। ଗତ ସପ୍ତାହରେ ମିଲ୍‌ଖା ସିଂହ କରୋନା ସଂକ୍ରମିତ ହୋଇଥିଲେ। ପ୍ରଥମେ ଘରେ ଆଇସୋଲେସନ୍‌ରେ ଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କ ପୁଅ ଜୀବ୍‌ ମିଲ୍‌ଖା ସିଂହ ଦୁବାଇରୁ ଫେରିଆସିଥିଲେ।

   Related Posts