ମହାନ ହକି ତାରକା ମାଇକେଲ କିଣ୍ଡୋଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ରାଉରକେଲା IGH ଥିଲେ ଚିକିତ୍ସାଧୀନ

Published By : Prameya-News7 Bureau | December 31, 2020 IST

ରାଉରକେଲା ୩୧/୧୨ : ପୂର୍ବତନ ହକି ତାରକା ମାଇକେଲ କିଣ୍ଡୋଙ୍କର ଗୁରୁବାର ପରଲୋକ ହୋଇଛି । ରାଉରକେଲା IGHରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ ।

ସମ୍ମାନଜନକ ଅର୍ଜୁନ ପୁରସ୍କାର ବିଜେତା ମାଇକେଲ କିଣ୍ଡୋ ୨୦ ଜୁନ୍ ୧୯୪୭ ମସିହାରେ ଝାରଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୨ ମସିହାରେ ସେ ଭାରତ ପକ୍ଷରୁ ଅଲିମ୍ପିକ୍‌ରେ ଭାଗ ନେବା ସହ ବ୍ରୋଞ୍ଜ୍ ପଦକ ହାସଲ କରିଥି​‌ଲେ । ୧୯୭୫ ମସିହା ହକି ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ ମାଇକେଲ କିଣ୍ଡୋ । ପୂର୍ବତନ ମହାନ ହକି ତାରକା ମାଇକେଲ କିଣ୍ଡୋଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.