ଭାରତୀୟ କ୍ରିକେଟ୍ ଟିମ୍‌ରେ ମିଳିଲାନି ସ୍ଥାନ, ବାଂଲାଦେଶ କ୍ରିକେଟ୍‌ରେ ସାମିଲ ହେଲେ ଏହି ଭାରତୀୟ ଖେଳାଳି

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ ୨୧|୭: ବିଶ୍ବକପ୍ ୨୦୧୯ରେ ବାଂଲାଦେଶ ଟିମ୍ ବହୁତ ଭଲ ପ୍ରଦର୍ଶନ କରିଛି । ବାଂଲାଦେଶ ସେମିଫାଇନାଲରେ ପହଞ୍ଚିପାରିନଥିଲା ସତ ମାତ୍ର ଭଲ ପ୍ରଦର୍ଶନ କରି କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଥିଲଲା ନିଶ୍ଚୟ । ବାଂଲାଦେଶ କ୍ରିକେଟ୍ ଟିମ୍ ର ପ୍ରଦର୍ଶନ ଉନ୍ନତ କରିବାରେ ଜଣେ ବରିଷ୍ଠ ଖେଳାଳିଙ୍କ ସହଯୋଗ ରହିଛି । ଯାହାର ପ୍ରଭାବ ବିଶ୍ବକପ୍ ୨୦୧୯ରେ ଦେଖିବାକୁ ମିଳିଲା । ସେ ହେଉଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ୍ ର ପୂର୍ବତନ ଖେଳାଳି ଓ୍ବାସିମ ଜାଫର ।

ଭାରତ ପାଇଁ ସେ ୩୧ଟି ଟେଷ୍ଟ ମ୍ୟାଚ୍ ଖେଳି ୫ଥର ୧୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ସେ ଗୋଟିଏ ଦ୍ବିଶତକ ମଧ୍ୟ କରିଛନ୍ତି । ଜାଫର ରଣଜୀ କ୍ରିକେଟ୍ ର ଜଣେ ଅଭିଜ୍ଞ ଖେଳାଳି । ମାତ୍ର ସେ କେବେହେଲେ ଭାରତୀୟ କ୍ରିକେଟ୍ ଟିମ୍ ରେ ସ୍ଥାନ ପକ୍କା କରିପାରିନଥିଲେ ।

ଓ୍ବାସିମ ଜାଫରଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ ମୀରପୁର ସ୍ଥିତ କ୍ରିକେଟ୍ ଏକାଡେମୀ ପାଇଁ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି । ବାଂଲାଦେଶର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଜାଫରଙ୍କୁ ମୀରପୁରରେ ବିସିବି ଏକାଡେମୀରେ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଅପ୍ରେଲ ୨୦୨୦ ପର୍ଯ୍ୟନ୍ତ ଚୁକ୍ତିବଦ୍ଧ କରାଯାଇଛି । ସେ ଏକାଡେମୀରେ ଅଣ୍ଡର ୧୬ ଏବଂ ଅଣ୍ଡର ୧୯ ବର୍ଗର ଟିମ୍ କୁ କୋଚିଂ ଦେଉଛନ୍ତି । ଜାଫର ଏହା ବ୍ୟତୀତ ବାଂଲାଦେଶର ଆନ୍ତର୍ଜାତୀୟ ଟିମ୍ ର ବ୍ୟାଟ୍ସମ୍ୟାନ୍ ଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି । ଏହିଭଳି ଭାବେ ଓ୍ବାସିମ ଜାଫରଙ୍କୁ ବାଂଲାଦେଶ କ୍ରିକେଟ୍ ର ବଡ ଦାୟିତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.