Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପୂର୍ବତନ କ୍ରିକେଟର ପାର୍ଥୀବ ପଟେଲଙ୍କ ପିତାଙ୍କ ଦେହାନ୍ତ, ଫ୍ୟାନ୍ସକୁ ଦେଲେ ଦୁଃଖଦ ବାର୍ତ୍ତା

26/09/2021 at 1:39 PM

ନୂଆଦିଲ୍ଲୀ ୨୬/୦୯: ଟିମ୍‌ ଇଣ୍ଡିଆର ପୂର୍ବତନ ୱିକେଟ କିପର ତଥା କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ପରଲୋକ । ଏନେଇ ପାର୍ଥୀବ ପଟେଲ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ପାର୍ଥୀବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍‌ ହାମ୍‌ରେଜ ସହ ସଂଘର୍ଷ କରୁଥିଲେ । ତେବେ ବାପାଙ୍କ ଦେହାନ୍ତ ପରେ ପାର୍ଥୀବ ନିଜେ ଭାବୁକ ଭରା ପୋଷ୍ଟ ଟ୍ୱିଟ କରିଛନ୍ତି । ସେ ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ, ଆଜି ମୋ ବାପାଙ୍କର ଦେହାନ୍ତ ହୋଇଯାଇଛି ।

ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ୨୦୧୯ରେ ପାର୍ଥୀବ ସୋସିଆଲ ମିଡିଆରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ । ପାର୍ଥୀବ ଟ୍ୱିଟ୍ କରି କହିଥିଲେ ଯେ, ‘ତାଙ୍କ ବାପା ବ୍ରେନ ହାମରେଜ୍‌ରେ ପୀଡିତ।’ ପାର୍ଥୀବ ସେହି ସମୟରେ ଆଇପିଏଲ୍ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ଖେଳୁଥିଲେ । ଆଇପିଏଲ୍‌-୨୦୧୯ରେ ପାର୍ଥୀବ ପଟେଲ ଆର୍‌ସିବି ପାଇଁ ଅଧିକ ରନ୍‌ ସଂଗ୍ରହ କରିଥିବା କ୍ରିକେଟର ତାଲିକାର ତୃତୀୟ ସ୍ଥାନରେ ଥିଲେ ।

   Related Posts