ଭାରତୀୟ ପୂର୍ବତନ କ୍ରିକେଟର ହେଲେ ଆମେରିକା ଟିମର ନୂଆ କୋଚ୍...

Published By : Prameya-News7 Bureau | July 14, 2019 IST

ଆମେରିକା୧୪|୭: ବିଶ୍ବର ସବୁଠାରୁ ବିକଶିତ ଓ ଧନୀ ଦେଶ ଯୁକ୍ତରାଷ୍ଟ୍ର୍ର ଆମେରିକା। ଏହି ଦେଶ ବର୍ତ୍ତମାନ କ୍ରିକେଟ ଖେଳକୁ ନେଇ ଚିନ୍ତାରେ ଅଛି। ଆମେରିକା କ୍ରିକେଟ ଟିମରେ ଗୋଟେ ପରେ ଗୋଟେ ଅଭିଜ୍ଞ କୋଚକୁ ନିଜ ଟିମରେ ସ୍ଥାନ ଦେବାରେ ଲାଗିଛନ୍ତି। ଏହି ସମୟରେ ଭାରତର ପୂର୍ବତନ ଓ୍ବିକେଟ କିପର କିରନ ମୋରେ ଆମେରିକା ଟିମର ଇଣ୍ଟରିମ କୋଚ ଭାବେ ନିଯୁକ୍ତି ହୋଇଛନ୍ତି।

 ଆମେରିକା କ୍ରିକେଟ ଟିମର ପୂର୍ବତନ କୋଚ ପୁବୁଡ଼ୁ ଦୈସାନାୟକେ ବଦଳରେ କିରଣ ମୋରେଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀଲଙ୍କାର ପୁବୁଡ଼ୁଙ୍କ କୋଚରେ ଆମେରିକା ଭଲ ପ୍ରଦର୍ଶନ ଦେଖାଇଥିଲା। ମାର୍ଚ୍ଚ ମାସରେ ପୁବୁଡ଼ୁଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଡିସେମ୍ବର ମାସ ତାଙ୍କର କାର୍ଯ୍ୟକାଳ ସମୟର ଅବଧି ବୃଦ୍ଧି କରାଯାଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ପାଟିତୁଣ୍ଡ ହେବାରୁ ପୁବୁଡ଼ୁ ଛାଡ଼ି ଦେଇଥିଲେ।

 କିରଣଙ୍କ ପୂର୍ବରୁ ମଧ୍ୟ କିଛି ଭାରତୀୟ ଖେଳାଳୀ ଯୁକ୍ତରାଷ୍ଟ୍ର ଆମେରିକା କ୍ରିକେଟ ଟିମର କୋଚ୍ ଭାବେ କାର୍ଯ୍ୟ ସମ୍ପାଦନା କରିଛନ୍ତି। ସେମାନଙ୍କ ମଧ୍ୟରୁ ସୁନୀଲ ଯୋଶୀ, ସ୍ପିନ ବୋଲର କୋଚର, ପ୍ରବିଣ ଆର୍ମେ ଓ କୈରାନ ପାଓ୍ବିଲ ବ୍ୟାଟିଂ କୋଚର  କାର୍ଯ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.