ପାକିସ୍ତାନ ସହ କ୍ରିକେଟ୍: ପୂର୍ବତନ ଖେଳାଳି କହିଲେ- କୁକୁର ଲାଞ୍ଜକୁ ୨୦ ବର୍ଷ ପାଇପ୍‌ରେ ଭର୍ତ୍ତି କରି ରଖିଲେ ବି ସିଧା ହେବ ନାହିଁ

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୦୭: ପାକିସ୍ତାନର ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଦୁଇ ଦେଶ ମଧ୍ୟରେ ଅନେକ ବର୍ଷ ହେବ ଦ୍ଵିପାକ୍ଷିକ ଶୃଙ୍ଖଳା ବନ୍ଦ ରହିଛି। ଏହି କ୍ରମରେ ଭାରତର ପୂର୍ବତନ କ୍ରିକେଟ୍‌ର ସୁରେନ୍ଦ୍ର ଖନ୍ନା ପାକିସ୍ତାନକୁ ଶାଣିତ ସ୍ଵରରେ ଆକ୍ଷେପ କରି କହିଛନ୍ତି  ଆମେ ତାଙ୍କ ସହିତ ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳିବା ଉଚିତ୍ ନୁହେଁ। ଦୁଇ ଦେଶ ମଧ୍ୟରେ ସୀମାରେ ଜାରି ଉତ୍ତେଜନା କାରଣରୁ କୌଣସି କ୍ରିକେଟ୍ ମ୍ୟାଚ୍ ଖେଳା ଯାଉ ନାହିଁ। ୨୦୦୯ ପରଠୁ ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଲିଗ୍‌ ଆଇପିଏଲରେ ମଧ୍ୟ  ପାକିସ୍ତାନ ଖେଳାଳିଙ୍କ ଖେଳିବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ହୋଇଛି। ଖନ୍ନା କହଛନ୍ତି ଏହା ଏକ ରାଜନୈତିକ ପ୍ରସଙ୍ଗ ଏବଂ ସବୁଠୁ ଭଲ ଏହାର ମୁକାବିଲା ସରକାର କରନ୍ତୁ। ଜଣେ ଭାରତୀୟ ଭାବେ ଏହା କହିବାକୁ ଚାହୁଁଛି ଯେ ପର୍ଯ୍ୟନ୍ତ ସେମାନଙ୍କ ପ୍ରକୃତିରେ ପରିବର୍ତ୍ତନ ଆସିନାହିଁ, ଆମକୁ ତାଙ୍କ ସହିତ କୌଣସି ସଂପର୍କ ରଖିବା ଉଚିତ୍ ନୁହେଁ।

{"id":305385,"sizeSlug":"large"}

ଏକ କ୍ରିକେଟ୍ ଓ୍ଵେବ୍‌ସାଇଟ୍‌ ସହ ଆଲୋଚନା ବେଳେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓ୍ଵିକେଟ୍ କିପର ସୁରେନ୍ଦ୍ର ଖନ୍ନା କହିଛନ୍ତି ଲମ୍ବା ସମୟ ପର୍ଯ୍ୟନ୍ତ କ୍ରିକେଟ୍‌ର ଉପଯୋଗ ଏକ କୂଟନୈତିକ ଉପକରଣ ଭାବେ ବ୍ୟବହାର କରାଯାଉଥିଲା। ଯଦି କୁକୁର ଲାଞ୍ଜକୁ ୨୦ ବର୍ଷ ନଳାରେ ଭର୍ତ୍ତି କରି ରଖାଯାଏ ତେବେ ବି ତାହା ସିଧା ହେବ ନାହିଁ। ଏଥିପାଇଁ ମୋତେ ଲାଗୁନାହିଁ ପାକିସ୍ତାନ ସହ କୌଣସି ପ୍ରକାରର ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳିବା ଉଚିତ୍। ଭାରତ ପାଇଁ ୧୯୭୯ ରୁ ୧୯୮୪ ମଧ୍ୟରେ ୧୦ ଏକଦିବସୀୟ ମ୍ୟାଚ୍ ଖେଳିଥିବା ସୁରେନ୍ଦ୍ର ଖନ୍ନା କହିଛନ୍ତି ସେମାନେ କେବଳ ନିଜର ଫାଇଦା ପାଇଁ ଆମ ସହିତ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି।

{"id":305386,"sizeSlug":"large"}

ଉଲ୍ଲେଖନୀୟ ନିକଟ ଦିନରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଏହସାନ ମନି ଭାରତ ସହିତ କ୍ରିକେଟ୍‌ ଶୃଙ୍ଖଳା ଖେଳିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଭାରତ-ପାକିସ୍ତାନ ଦ୍ଵିପାକ୍ଷିକ ଶୃଙ୍ଖଳା ନେଇ ମୁଁ ବିସିସିଆଇକୁ କହିଛି, ଆମେ ଭାରତ ସହ କ୍ରିକେଟ୍ ଖେଳିବାକୁ ସର୍ବଦା ପ୍ରସ୍ତୁତ। ବାକି ରହିଲା ଭାରତ ଆମ ସହ ଖେଳିବାକୁ ଚାହୁଁଛି କି ନାହିଁ। ଯେବେ ଭାରତ ଖେଳିବାକୁ ପ୍ରସ୍ତୁତ ହେବ, ଆମେ ମଧ୍ୟ ତାଙ୍କ ସହ ଖେଳିବାକୁ ପ୍ରସ୍ତୁତ ବୋଲି ମନି କହିଛନ୍ତି।

ଉଲ୍ଲେଖନୀୟ ଭାରତ-ପାକିସ୍ତାନ ମଧ୍ୟରେ ଶେଷ ଦ୍ଵିପାକ୍ଷିକ କ୍ରିକେଟ୍ ଶୃଙ୍ଖଳା ୨୦୧୨-୧୩ରେ ଖେଳା ଯାଇଥିଲା। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ପାକିସ୍ତାନ ୨-୧ରେ ବିଜୟୀ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.