Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ମ୍ୟାଚ୍ ନୁହେଁ ମନ ଜିତିଲେ ବାଇଚୁଙ୍ଗ ଭୁତିଆ : ଲକଡାଉନବେଳେ ଅସହାୟ ଶ୍ରମିକଙ୍କୁ ନିଜ ଘରେ ରହିବାକୁ ଦେଲେ ଆଶ୍ରୟ

31/03/2020 at 12:56 PM

କୋଲକାତା ୩୧/୩: କରୋନା ଭାଇରସ୍ ସଙ୍କଟକୁ ଦୃଷ୍ଟିରେ ରଖି ଭାରତରେ ୨୧ଦିନର ଲକଡାଉନ୍ ଯୋଗୁଁ ହଜାରହଜାର ଶ୍ରମିକ ଏବଂ ଗରିବ ଲୋକଙ୍କୁ ପଳାୟନ କରୁଥିବାର ଦେଖିବାକୁ ମିଳିଥିଲା। ଲକଡାଉନ୍ ମଧ୍ୟରେ ଦିନମଜୁରିଆ ଶ୍ରମିକ ଲକ୍ଷାଧିକ ସଂଖ୍ୟାରେ ରାସ୍ତାରେ ଓହ୍ଲାଇ ଆସିଥିଲେ।

ଏବେ ଭାରତୀୟ ଫୁଟବଲର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ପ୍ରବାସୀ ଶ୍ରମିକଙ୍କୁ ରହିବା ପାଇଁ ସ୍ଥାନ ଦେବେ ବୋଲି ଘୋଷଣା କରିଛନ୍ତି। ବାଇଚୁଙ୍ଗ ଭୁତିଆ ସୋମବାର ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏହାର ସୂଚନା ଦେଇଛନ୍ତି।

ବାଇଚୁଙ୍ଗ ଭୁତିଆ ଟ୍ବିଟ୍ କରି କହିଛନ୍ତି, ‘ସେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚିନ୍ତିତ ଯେଉଁମାନେ କରୋନା ଭାଇରସ୍ ଏବଂ ଲକଡାଉନରୁ ବର୍ତ୍ତିବା ପାଇଁ ନିଜ ନିଜ ଘରକୁ ପହଞ୍ଚିବା ପାଇଁ ଆଶା କରୁଛନ୍ତି।’

ଭୁତିଆ କହିଛନ୍ତି,‘ ସେ ଏପରି କର୍ମଚାରୀଙ୍କୁ ଆଶ୍ରୟ ଦେବା ପାଇଁ ସିକ୍କିମ୍ ସ୍ଥିତ ଲୁମ୍ସେୟ ଏବଂ ତଣ୍ଡୋଗରେ ନିଜ ଘର ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ସରକାରଙ୍କ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଆଉ ୟୁନାଇଟେଡ ସିକ୍କିମ୍ ଫୁଟବଲ୍ କ୍ଲବ୍ ତାଙ୍କର ସାହାଯ୍ୟ କରିବେ।

ଯାତାୟାତ ପାଇଁ ଯାନବାହନ ନଥିବାରୁ ଗରିବ-ଶ୍ରମିକ ଶ୍ରେଣୀର ଲୋକେ ଚାଲି ଚାଲି ନିଜ ଗାଁ ଅଭିମୁଖେ ବାହାରୁଛନ୍ତି। ଭାରତରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଏବେ ସୁଦ୍ଧା କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୦ରୁ ଅଧିକ ହୋଇସାରିଛି। ପୃଥିବୀରେ କରୋନା ଭାଇରସ୍ ଯୋଗୁଁ ୩୫ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

   Related Posts