ପୂର୍ବତନ କ୍ରିକେଟର ଅଜିତ ୱାଡେକରଙ୍କ ପରଲୋକ

Published By : Prameya-News7 Bureau | August 16, 2018 IST

ନୂଆଦିଲ୍ଲୀ ୧୬/୮ : ପୂର୍ବତନ କ୍ରିକେଟର ଅଜିତ ୱାଡେକରଙ୍କର ଦେହାନ୍ତ । ୭୭ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ୧୯୪୧ ମସିହା ଏପ୍ରିଲ୍ ୧ ରେ ଜନ୍ମ ଗ୍ରହଣ କରିଥିଲେ ୱାଡେକର । ୧୯୬୬ ମସିହାରୁ ୧୯୭୪ମସିହା ପର୍ଯ୍ୟନ୍ତ ସେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ଥିଲେ । ଜଣେ ଆଗ୍ରେସିଭ୍ ବ୍ୟାଟସମ୍ୟାନ୍ ଭାବେ ବେଶ ଜଣାଶୁଣା ଥିଲେ ଅଜିତ୍ ୱାଡେକର । ଭାରତ ପାଇଁ ସେ ୩୭ ଟି ଟେଷ୍ଟ ଓ ୨ ଦିନିକିଆ ଖେଳିଛନ୍ତି । ଟେଷ୍ଟରେ ୨ ହଜାର ୧୧୩ ରନ୍ କରିଥିବା ବେଳେ ୧ଟି ଶତକ, ୧୪ ଟି ଅର୍ଦ୍ଧଶତକ କରିଛନ୍ତି । ୧୯୭୧ ମସିହାରେ ସେ ଭାରତୀୟ ଦଳର କ୍ୟାପଟେନ୍ ଦାୟିତ୍ବ ତୁଲାଇଥିଲେ । ସେହି ବର୍ଷ ଭାରତ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍ ବିଜୟ ଲାଭ କରି ନୂଆ ଇତିହାସ ରଚିଥିଲା । ତାଙ୍କ ବିୟୋଗରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.