ବିଜେପିରେ ଯୋଗଦେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ
22/06/2019 at 12:31 PM

ଭୁବନେଶ୍ବର ୨୨|୬: ପଦ୍ମ ଧରିଲେ ଅଶ୍ବିନୀ ବୈଷ୍ଣବ । ବିଜେପିରେ ଯୋଗଦେଲେ ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତେବେ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ଗତକାଲି ଟ୍ବିଟ୍ କରି ଘୋଷଣା କରିଥିଲା । ବିଜେପିରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି ଯେ, ସାମର୍ଥ୍ୟ ଅନୁସାରେ ରାଜ୍ୟର ବିକାଶ ଓ ସ୍ବାର୍ଥ୍ୟ ପାଇଁ କାମ କରିବି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ଗତକାଲି ଟ୍ବିଟ୍ କରି ଘୋଷଣା କରିଥିଲା ବିଜେପି । ପୂର୍ବରୁ ରାଜ୍ୟସଭାରେ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଦେବାକୁ ମନା କରିଥିଲା ବିଜେପି। ପୁଣି ହଠାତ୍ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏହାର କିଛି ସମୟ ପରେ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଯାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ତେବେ ପରେ ପୁଣି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ବାସ୍ତବରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ କଥା ହେବା ପରେ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ବିଜେଡି ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସଚିବ ରହିଥିଲେ ଓଡିଶା କ୍ୟାଡର ଏହି ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବ ।