Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପଦ୍ମ ଧରିଲେ ଅପରାଜିତା ; ବିଜେପିରେ ଯୋଗଦେଲେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ

27/11/2018 at 10:16 AM

ନୂଆଦିଲ୍ଲୀ ୨୭|୧୧:  ପଦ୍ମ ଧରିଲେ ଅପରାଜିତା । ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ସ୍ବତନ୍ତ୍ର ଉତ୍ସବରେ ବିଜେପିରେ ଯୋଗଦାନ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପିରେ ଯୋଗଦେବା ପରେ ଅପରାଜିତା ନରେନ୍ଦ୍ର ମୋଦି, ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଦିଙ୍କ ବିକାଶ ଆଭିମୁଖ୍ୟ ପ୍ରତି ଆକର୍ଷିତ ହୋଇ ରାଜନୀତିକୁ ଆସିଥିବା ସେ କହିଛନ୍ତି । ପ୍ରଶାସନ ଏକ ସୀମିତ କ୍ଷେତ୍ର, ରାଜନୀତି ବଡ ପ୍ଲାଟଫର୍ମ । ଏକ ସାଧାରଣ କର୍ମୀ ହିସାବରେ ଯୋଗ ଦେଇଛନ୍ତି । ପାର୍ଟି ଯାହା ଦାୟିତ୍ବ ଦେବ ତାହା ତୁଲାଇବେ ବୋଲି ଅପରାଜିତା କହିଛନ୍ତି। ତାଙ୍କ ଭିତରେ ବହୁ ସକାରାତ୍ମକ ଆତ୍ମବିଶ୍ବାସ ରହିଛି । ଏକ ଟିମ୍ ଭାବେ କାମ କରି ସଫଳତା ପାଇବୁ ବୋଲି ଅପରାଜିତା କହିଛନ୍ତି । ମହିଳାମାନଙ୍କ ପାଖରେ ଅନେକ ଲୁକ୍କାୟିତ ଶକ୍ତି ରହିଛି ତାହାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିବେ।

ବିଜେପିରେ ସାମିଲ ହେବା ପରେ ଆସନ୍ତାକାଲି ଭୁବନେଶ୍ବର ଫେରିବେ ଅପରାଜିତା । ତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଦଳ ମଧ୍ୟ ପ୍ରସ୍ତୁତ ରହିଛି। ଭୁବନେଶ୍ବର ପାର୍ଟି ଅଫିସରେ ଅପରାଜିତାଙ୍କୁ ଗ୍ରାଣ୍ଡ ୱେଲକମ୍ କରିବ ବିଜେପି । ଆଉ ସେହି ମୌକାରେ ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ ରହିଛି ଦଳ ।

୧୯୯୪ ବ୍ୟାଚ୍ ର ଆଇଏଏସ ଅଧିକାରୀ ହେଉଛନ୍ତି ଅପରାଜିତା ଷଡଙ୍ଗୀ । ସେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସ୍ବେଚ୍ଛାକୃତ ଅବସର ନେବାପାଇଁ ଆବେଦନ କରିଥିଲେ । ରାଜ୍ୟ ସରକାର ତାଙ୍କ ଆବେଦନକୁ ଅନୁମୋଦନ କରିଥିଲେ । ଏହାସହ ଅପରାଜିତାଙ୍କ ଆବେଦନପତ୍ରକୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଥିଲେ । ନଭେମ୍ବର ୧୬ରେ ତାଙ୍କ ଆବେଦନପତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିଲେ । ଶ୍ରୀମତି ଷଡଙ୍ଗୀ ଏନେଇ ୩ ମାସିଆ ନୋଟିସ୍ ଦେବା ସହ ଡିସେମ୍ବର ୧୪, ୨୦୧୮ ତାଙ୍କର ଶେଷ କାର୍ଯ୍ୟ ଦିବସ ହେବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ।

ରାଜଧାନୀର ସୌନ୍ଦର୍ଯ୍ୟକରଣ କରିବା, ଶିକ୍ଷୟିତ୍ରୀମାନଙ୍କ ପାଇଁ ଡ୍ରେସକୋଡ ସହ ଯେଉଣ ବିଭାଗକୁ ସିଏ ଯାଇଛନ୍ତି ସେଠାରେ ସାଧାରଣ ଲୋକଙ୍କ ଆଶା ମୁତାବକ ନିଷ୍ପତ୍ତି ନେଇ ବେଶ୍ ଚର୍ଚ୍ଚାରେ ଥିଲେ ଅପରାଜିତା ।

   Related Posts