Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶଦାତା ହେଲେ ପୂର୍ବତନ ଆଇଏଏସ ଅମିତ୍ ଖରେ, ଏହି କ୍ଷେତ୍ରରେ ରହିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା

12/10/2021 at 4:34 PM

ନୂଆଦିଲ୍ଲୀ ୧୨।୧୦: ମାନବ ସମ୍ବଳ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ରହି ସାରିଥିବା ଅମିତ୍ ଖରେ  ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା। ୧୯୮୫ ବ୍ୟାଚ୍‌ର ଆଇଏଏସ ଅଧିକାରୀ  ଅମିତ୍ ଖରେ ସେପ୍ଟେମ୍ବର ୩୦ରେ ଉଚ୍ଚ ଶିକ୍ଷା ସଚିବ ପଦରୁ ଅବସର ନେଇଥିଲେ। ଏବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ କ୍ୟାବିନେଟ୍‌ର ନିଯୁକ୍ତ ସମିତି ଅମିତ୍ ଖରେଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ସେ ପିଏମଓରେ ପରାମର୍ଶଦାତା ଭାବେ କାମ କରିବେ। ତାଙ୍କର ରାଙ୍କ୍ ଏବଂ ସ୍କେଲ ଭାରତ ସରକାରଙ୍କ ଅନ୍ୟ ସଚିବଙ୍କ ସହ ସମାନ ରହିବ। ତାଙ୍କର ଏହି ଚାକିରି ଚୁକ୍ତିଭିତ୍ତିକ ଆଧାରରେ ହେବ। ଏହା ବ୍ୟତୀତ ପୁର୍ନନିଯୁକ୍ତିକୁ ନେଇ ସରକାରଙ୍କ ସମସ୍ତ ନିୟମ ତାଙ୍କ ଉପରେ ଲାଗୁ ହେବ।

ବର୍ତ୍ତମାନ ତାଙ୍କୁ ଦୁଇ ବର୍ଷ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପରାମର୍ଶଦାତା ପଦରେ ନିଯୁକ୍ତ କରାଯାଇଛି। ଏହା ପରେ ତାଙ୍କ କାର୍ଯ୍ୟକାଳ ଅବଧିକୁ ବଢା ଯାଇପାରେ। ଅମିତ୍ ଖରେଙ୍କୁ ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ପ୍ରଶାସନିକ ଅଧିକାରୀ କୁହାଯାଏ। ଦେଶରେ ଚଳିତ ବର୍ଷ ଲାଗୁ ନୂତନ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରସ୍ତୁତିରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବା କୁହାଯାଏ। ଏହା ବ୍ୟତୀତ ଡିଜିଟାଲ ମିଡିଆକୁ ନେଇ ନିୟମ ନିର୍ଦ୍ଧାରିତ କରିବାରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ନିକଟରେ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆକୁ ନେଇ ନିୟମାବଳୀ ଜାରି କରିଥିଲେ।

ଚଳିତ ବର୍ଷ ପୂର୍ବତନ କ୍ୟାବିନେଟ୍ ସଚିବ ପିକେ ସିହ୍ନା ଏବଂ ସଚିବ ଥିବା ଅମରଜିତ ସିହ୍ନା ପିଏମଓ ଛାଡିଥିଲେ। ଏହା ପରେ ବର୍ତ୍ତମାନ ଅମିତ୍ ଖରେଙ୍କ ପିଏମଓରେ ପ୍ରବେଶ  ହୋଇଛି। ପିକେ ସିହ୍ନା ଏବଂ ଅମରଜିତ ସିହ୍ନା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ କାମ କରିଥିଲେ। ସ୍ପଷ୍ଟବାଦୀ ନିଷ୍ପତ୍ତି ନେବା ଏବଂ ପାରଦର୍ଶିତା ସହିତ କାମ କରିବାରେ ଅମିତ୍ ଖରେ ପ୍ରଶାସନିକ ମହଲରେ ବେଶ ପରିଚିତ। ସେ କିଛି ସଚିବଙ୍କ ମଧ୍ୟରୁ ଜଣେ ଯିଏ ଏକ ସଙ୍ଗେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କାର୍ଯ୍ୟ ସମ୍ଭାଳୁଥିଲେ। ଏଥରୁ ବୁଝି ପାରୁଥିବେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉପରେ କେତେ ଭରସା କରନ୍ତି।

   Related Posts