ସଙ୍କେତ ଦେଲେ ରବି ଶାସ୍ତ୍ରୀ, ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପଦ ଛାଡି ଦେବେ ବିରାଟ କୋହଲି

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨।୧୧: ଟି-୨୦ ବିଶ୍ଵ କପ୍ ସହ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ଆଉ ଟି-୨୦ ଦଳର ଅଧିନାୟକ ପଦରୁ  ବିରାଟ କୋହଲି ଅବ୍ୟାହିତ ନେଇ ସାରିଛନ୍ତି। ଏହା ମଧ୍ୟରେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ସଙ୍କେତ ଦେଇଛନ୍ତି ଯେ,  ବିରାଟ କୋହଲି ଟି-୨୦ ପରି ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ପଦ ମଧ୍ୟ ଛାଡି ପାରନ୍ତି। ବିସିସିଆଇ ମଧ୍ୟ କୋହଲିଙ୍କ ସହ ଏହି ବିଷୟରେ ଶୀଘ୍ର ଆଲୋଚନା କରିବ ବୋଲି ସୂଚନା ଦେଇ ସାରିଛି।  

ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଶାସ୍ତ୍ରୀ କହିଛନ୍ତି, ଟେଷ୍ଟ କ୍ରିକେଟ୍‌ରେ କୋହଲିଙ୍କ ନେତୃତ୍ଵରେ ଭାରତ ଗତ ପାଞ୍ଚ ବର୍ଷ ଶୀର୍ଷରେ ରହି ଆସିଛି। ଯେ ପର୍ଯ୍ୟନ୍ତ ସେ ମାନସିକ ଭାବେ ସେ ଥକି ନାହାନ୍ତି ତାଙ୍କୁ ସେ ପର୍ଯ୍ୟନ୍ତ ଟେଷ୍ଟ ଦଳର ଅଧିନାୟକ ଛାଡିବା ଉଚିତ୍ ନୁହେଁ। ହେଲେ ନିକଟ  ଭବିଷ୍ୟତରେ ସେ ବ୍ୟାଟିଂ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସବୁ ଫର୍ମାଟର ଅଧିନାୟକ ପଦ ଛାଡି ପାରନ୍ତି। ଏହି ସବୁ ପ୍ରକ୍ରିୟା ଶୀଘ୍ର ନହେଲେ  ବି ସମୟ କ୍ରମେ କୋହଲି ସବୁ ଫର୍ମାଟରୁ ଅଧିନାୟକ ପଦରୁ ଅବ୍ୟାହିତ ନେବେ ବୋଲି ସଙ୍କେତ ଦେଇଛନ୍ତି ରବି ଶାସ୍ତ୍ରୀ।

wp:html /wp:html

ଶାସ୍ତ୍ରୀ କହିଛନ୍ତି, ବହୁତ ସଫଳ ଖେଳାଳି ନିଜର ବ୍ୟାଟିଂ ଉପରେ  ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡିଛନ୍ତି।  ଏମିତି କଲେ କ୍ରିକେଟ୍‌ରେ ଅଧିକ ରନ କରିବାର ଭୋକ ଅଧିକ ରହିଥାଏ। ସେମିତିରେ ବି କୋହଲିଙ୍କଠାରେ ରନ କରିବାର ଭୋକ୍ ବହୁତ ଅଧିକ ରହିଛି। ସେ ଦଳରେ କୌଣସି ଖେଳାଳିଙ୍କଠୁ ବି ଅଧିକ ଫିଟ୍। କେଉଁ ଫର୍ମାଟରେ ସେ ଦଳର ନେତୃତ୍ଵ ନେବେ ତାହା କୋହଲିଙ୍କ ଉପରେ ନିର୍ଭର କରେ।  ବିସିସିଆଇ ଉପରେ ମଧ୍ୟ ନିର୍ଭର କରେ ଯେ କେଉଁ ଫର୍ମାଟରେ କାହାକୁ ଅଧିନାୟକ ଦାୟିତ୍ଵ ଦିଆଯିବା ଉଚିତ୍ ବୋଲି ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍  ରବି ଶାସ୍ତ୍ରୀ କହିଛନ୍ତି।

ଭାରତର ବିଶ୍ଵ କପ୍ ବିଜେତା ଅଧିନାୟକ କପିଲ୍ ଦେବ ଖେଳାଳି ଦେଶଠୁ ଅଧିକ ଆଇପିଏଲକୁ ଗୁରୁତ୍ଵ ଦେଉଥିବା ଅଭିଯୋଗ ବିଷୟରେ ଶାସ୍ତ୍ରୀ କହିଛନ୍ତି, ଏପ୍ରିଲରେ ଆଇପିଏଲ ସ୍ଥଗିତ ରହିବା ପରେ ବିସିସିଆଇ ପାଖରେ ଆଉ କୌଣସି ବିକଳ୍ପ ନଥିଲା। ଭବିଷ୍ୟତରେ ଏମିତି ସ୍ଥିତି ଉପୁଜିବ ନାହିଁ ବୋଲି ମୁଁ ବିଶ୍ଵାସ କରୁଛି। କପିଲ ଦେବ ମଧ୍ୟ ଆଇପିଏଲ୍‌କୁ ନେଇ ଠିକ୍ କହିଛନ୍ତି। କାରଣ ଏଥିରେ ଖେଳାଳି ଅଧିକ ଥକ୍କାପଣ ଅନୁଭବ କରନ୍ତି ବୋଲି ରବି ଶାସ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.