ସୁପ୍ରିମକୋର୍ଟ ବିଚାରପତିଙ୍କ ପତ୍ନୀମାନଙ୍କୁ ଆକ୍ଷେପ କରି ଅଡୁଆରେ ପୂର୍ବତନ ବିଚାରପତି ସି ଏସ କର୍ନାନ, ପୋଲିସ୍ ରୁଜୁ କଲା ମାମଲା

Published By : Prameya-News7 Bureau | October 28, 2020 IST

ଚେନ୍ନାଇ ୨୮/୧୦: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସି ଏସ କର୍ନାନ୍ ହରଡ଼ଘଣାରେ ପଡ଼ିଛନ୍ତି। ସୁପ୍ରିମକୋର୍ଟର ଏକାଧିକ ବିଚାରପତିଙ୍କ ପତ୍ନୀମାନଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେଇ ସେ ଏବେ ଅଡୁଆରେ ପଡ଼ିଛନ୍ତି।  ବିଚାପତିମାନଙ୍କ ପତ୍ନୀଙ୍କୁ ଏଭଳି ମନ୍ତବ୍ୟ ଦେବାରୁ ତାଙ୍କୁ କେନ୍ଦ୍ର ଅପରାଧ ଶାଖାର ସାଇବର କ୍ରାଇମ ସେଲ ବୁକ୍ କରିଥିଲା।

କିଛି ଦିନ ତଳେ ଏକ ଭିଡ଼ିଓ ପ୍ରସାରିତ ହୋଇଥିଲା। ଯେଉଁଥିରେ କର୍ନାନ କହିଛନ୍ତି ଯେ ସେ ଲେଖିଥିଲେ ସୁପ୍ରିମକୋର୍ଟ ପରିସର ଭିତରେ କିଛି ବିଚାରପତି ସ୍ତ୍ରୀମାନଙ୍କର ଯୌନ ଉତ୍ପୀଡନ କରିବେ। ଏହା ବାଦ ସେ କିଛି ବିଚାରପତିଙ୍କ ନାଁ ମଧ୍ୟ ନେଇଛନ୍ତି।

ଏହି ଭିଡିଓ ସୋସିଆଲ ମିଡ଼ିଆ ପ୍ଳାଟଫର୍ମରେ ଭାଇରାଲ ହେବା ପରେ ବିଚାପତିଙ୍କ ଏକ ଗ୍ରୁପର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା। ସିସିବି ସହ ଜଡ଼ିତ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ମହିଳା ଉତ୍ପୀଡ଼ନ ଅଧିନିୟମ ଓ ଆଇପିସି ୧୫୩ ଅଧୀନରେ ମାମଲା ରୁଜୁ କରାଯାଇଛି। ପୋଲିସ୍ ଅଧିକାରୀ ସୁନିଶ୍ଚିତ ନାହାନ୍ତି ଯେ ଏ ଭିଡିଓ କେବେ ଓ କେଉଁଠି ରେକର୍ଡିଂ କରାଯାଇଛି। ତେବେ ଏହାକୁ ନେଇ ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.