ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ ୨୧।୫:ଆୟରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ ବିକାସ ଢୁଲଙ୍କ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମାମଲା ମେ ୨୬କୁ ସ୍ଥଗିତ କରିଦେଇଛନ୍ତି। ସେଦିନ କୋର୍ଟ ଉଭୟପକ୍ଷ ଓକିଲଙ୍କ ତର୍କ ଶୁଣିବେ ଓ ଚୌତାଲାଙ୍କ  ନିମନ୍ତେ ଦଣ୍ଡ ଘୋଷଣା କରିବେ।

{"id":632060,"width":838,"height":471,"sizeSlug":"full","linkDestination":"none"}

ସିବିଆଇ ୨୦୦୫ ମସିହାରେ ଚୌତାଲାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ମାମଲାର ଚାର୍ଜସିଟ୍ ୨୬ ମାର୍ଚ୍ଚ ୨୦୧୦ରେ ଦାଖଲ ହୋଇଥିଲା। ଏଥିରେ ଚୌତାଲାଙ୍କ ବିରୋଧରେ ୬.୯ କୋଟି ଟଙ୍କାର ସମ୍ପତ୍ତି ଠୁଳର ଅଭିଯୋଗ ହୋଇଥିଲା। ଯାହା ୧୯୯୩ରୁ ୨୦୦୬ ମସିହା ମଧ୍ୟରେ ଚୌତାଲାଙ୍କ ବୈଧ ଆୟ ଠାରୁ ଢେର ଅଧିକ ଥିଲା। ଆୟୂବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ୮୬ ବର୍ଷ ବୟସ୍କ ନେତାଙ୍କ ସମସ୍ୟା ଏବେ ଜଟିଳ ହୋଇଛି।

{"id":632061,"sizeSlug":"full","linkDestination":"none"}

ଜେବିଟି ନିଯୁକ୍ତି ଅନିୟମିତତା ମାମଲାରେ ସେ ଦୀର୍ଘ ଦିନ ତିହାର ଜେଲରେ ବନ୍ଦୀ ରହିବା ପରେ ଗତବର୍ଷ ଜୁଲାଇ ୨ ତାରିଖ ଦିନ ମୁକ୍ତ ହୋଇଥିଲେ। ଏବେ ତାଙ୍କୁ ପୁଣି ଥରେ ଜେଲ ଯିବାକୁ ପଡିପାରେ। ୨୦୧୯ ମସିହାରେ ପ୍ରର୍ବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ତାଙ୍କର ୩.୬୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଦେଇଥିଲେ। ଏହି ସମ୍ପତ୍ତିରେ ଚୌତାଲାଙ୍କ ଫ୍ଲାଟ, ପ୍ଲଟ ଓ ଚାଷ ଜମି ଥିଲା। ନୂଆଦିଲ୍ଲୀ, ପଞ୍ଚକୁଲା ଓ ଶିର୍ଷାରେ ସେ ଏହି ସବୁ ସମ୍ପତ୍ତି କରିଥିଲେ। ତେବେ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ସେ ଓ ତାଙ୍କ ପରିବାର ଏପର୍ଯ୍ୟନ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ କହି ଆସୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.