ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

Published By : Prameya-News7 Bureau | October 29, 2020 IST

ଅହମ୍ମଦାବାଦ ୨୯।୧୦: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ । ଗୁରୁବାର ସକାଳେ ଶ୍ବାସକ୍ରିୟାଜନିତ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

କିଛି ଦିନ ପୂର୍ବରୁ କେଶୁ ଭାଇ ପଟେଲ କରୋନା ସଂକ୍ରମିତ ହୋଇଥିଲେ । ହେଲେ ସେ କରୋନା କବଳରୁ ସୁସ୍ଥ ଫେରିଥିଲେ । କେଶୁଭାଇ ପଟେଲଙ୍କ ପୁଅଙ୍କ ସୂଚନା ଅନୁସାରେ କରୋନାକୁ ମାତ୍ ଦେବା ପରେ ମଧ୍ୟ ତାଙ୍କ ଦେହ ଅସୁସ୍ଥ ଲଗାତର ରହୁଥିଲା । ମାତ୍ର ଗୁରୁବାର ଶ୍ବାସକ୍ରିୟାଜନିତ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି ।

କେଶୁଭାଇ ପଟେଲଙ୍କ ଦେହାନ୍ତରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାରଲୋକଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ।

କେଶୁ ଭାଇ ପଟେଲ ଦୁଇ ଦୁଇ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ସେ ୧୯୯୫ ଏବଂ ୧୯୯୮ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିଭାଇଥିଲେ । ମାତ୍ର ୨୦୦୧ ମସିହାରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.