Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସଞ୍ଜ ନଇଁଲେ ମହିଳାଙ୍କୁ ଥାନାକୁ ଯିବାକୁ ମନା କଲେ ପୂର୍ବତନ ରାଜ୍ୟପାଳ, ପ୍ରଶ୍ନ ଘେରରେ ଯୋଗୀ ସରକାର

23/10/2021 at 4:42 PM

ଲକ୍ଷ୍ନୌ ୨୩/୧୦: ବିଜେପି ନେତ୍ରୀ ତଥା ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦିଓ ଉତ୍ତରପ୍ରଦେଶକୁ ଅପରାଧମୁକ୍ତ ରାଜ୍ୟ ବୋଲି ଯୋଗୀ ସରକାର ଘୋଷଣା କରିଆସିଛନ୍ତି କିନ୍ତୁ ବେବି ରାଣୀଙ୍କ ମନ୍ତବ୍ୟ ସରକାରଙ୍କ ନିର୍ମଳ ଭାବମୂର୍ତ୍ତିର ଧଜିଆ ଉଡ଼ାଇଛି । ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ରାଜ୍ୟର ମହିଳାମାନଙ୍କୁ ସନ୍ଧ୍ୟା ୫ ପରେ ଥାନାକୁ ନଯିବା ପାଇଁ ଉପଦେଶ ଦେଇଛନ୍ତି । ରାତି ହୋଇଗଲେ ଥାନାକୁ ଯିବା ଅନୁଚିତ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ କିମ୍ବା ସକାଳ ହେଲେ ଭାଇ, ବାପା କିମ୍ବା ସ୍ବାମୀଙ୍କ ସହ ଥାନାକୁ ଯାଆନ୍ତୁ ବୋଲି ବେବି ରାଣୀ ରାଜ୍ୟର ଯୁବତୀ-ମହିଳାମାନଙ୍କୁ ଉପଦେଶ ଦେଇଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ଏବେ ଭାଇରାଲ୍‌ ହେଉଛି। ଉତ୍ତରପ୍ରଦେଶର ବାରଣାସୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ବେବି ରାଣୀ ମୌର୍ଯ୍ୟ କହିଛନ୍ତି, ଥାନାରେ ଜଣେ ମହିଳା ଅଧିକାରୀ ଏବଂ ଏସଆଇ ରହୁଛନ୍ତି ସତ କିନ୍ତୁ ଗୋଟିଏ କଥା କହିବି ସନ୍ଧ୍ୟା ୫ ପରେ ରାତିରେ ଏକା ଥାନାକୁ ଯାଆନ୍ତୁ ନାହିଁ। ତାପର ଦିନ ସକାଳେ ଥାନାକୁ ଯାଆନ୍ତୁ। ଯଦି ଅତ୍ୟାବଶ୍ୟକ ପଡ଼େ ତେବେ ଭାଇ, ବାପା କିମ୍ବା ସ୍ବାମୀଙ୍କ ସହ ଥାନାକୁ ଯାଆନ୍ତୁ ବୋଲି ସେ କହିଛନ୍ତି।

ଏହା ପରେ ପୂର୍ବତନ ରାଜ୍ୟପାଳଙ୍କ ବୟାନକୁ ନେଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂହ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ବେବି ରାଣୀଙ୍କ ଝିଅମାନଙ୍କ ଦୁଃଖକୁ ନେଇ ଏହି ମନ୍ତବ୍ୟ ଯୋଗୀ ସରକାରଙ୍କ ପୋଲ୍‌ ଖୋଲିଦେଇଛି ବୋଲି ସେ ଟ୍ବିଟ କରି କହିଛନ୍ତି ।

   Related Posts