ବିଜେପିରୁ ଇସ୍ତଫା ଦେଲେ ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା

Published By : Prameya-News7 Bureau | November 29, 2020 IST

ଦିଗପହଣ୍ଡି୨୯/୧୧: ରବିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା ପାର୍ଟିର ପ୍ରାଥମିକ ସଦସ୍ୟା ପଦରୁ ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ଭାଜପାର ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।

{"id":369805,"width":558,"height":836,"sizeSlug":"large"}

ତାଙ୍କୁ ଦୀର୍ଘଦିନ ଧରି ଅଣଦେଖା କରାଯିବା ସହ ଗତ ପ୍ରାୟ ୧ ବର୍ଷ ହେଲା ଜିଲ୍ଲାର ପଦ ପଦବୀରେ ଥିବା ଦଳୀୟ ନେତୃବୃନ୍ଦ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟତମ ସୂଚନା ଦେଉନଥିବା ବନଜା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଆହୁରି ମଧ୍ୟ ଲେଖିଛନ୍ତି ତାଙ୍କୁ ପାର୍ଟିରେ  ଗୁରୁତ୍ୱ ଦିଆଯାଉନଥିଲା।

ତେଣୁ ସେ ବାଧ୍ୟ ପାର୍ଟିରୁ ସମସ୍ତ ପ୍ରକାର ସମ୍ପର୍କ ଚ୍ଛିନ୍ନ କରିଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦିଗପହଣ୍ଡି ସହରରେ ରହୁଥିବା ବନଜା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଭାଜପାରୁ ତାଙ୍କର ଆକସ୍ମିକ ଇସ୍ତଫା ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.