Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଫୁଟୁବଲର କାର୍ଲଟନ୍ ଚାପମ୍ୟାନ୍‌ଙ୍କ ପରଲୋକ, ଅଧିନାୟକ ଭାବେ ଭାରତକୁ ଜିତାଇଥିଲେ ୧୯୯୭ ସେଫ୍ କପ୍

12/10/2020 at 5:17 PM

ବାଙ୍ଗାଲୋର, ୧୨୧୦ଭାରତୀୟ ଫୁଟୁବଲ ଦଳର ପୂର୍ବତନ ଅଧିନାୟକ କାର୍ଲଟନ୍ ଚାପମ୍ୟାନ୍ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ।

ରବିବାର ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହାପରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ଚାପମ୍ୟାନଙ୍କ ସାଥି ଖେଳାଳି ଥିବା ବ୍ରୁନୋ କୁଟିହ୍ନୋ କହିଛନ୍ତି ଯେ, ତାଙ୍କୁ ଚାପମ୍ୟାନଙ୍କ ଜଣେ ବନ୍ଧୁ ଫୋନ୍ କରି ଏହି ଦୁଃଖଦ ଖବର ଜଣାଇଥିଲେ । ଚାପମ୍ୟାନ୍ ସଦାବେଶେ ହସଖୁସିଆ ମିଜାଜର ଥିଲେ ।

ମିଡଫିଲ୍ଡର ଚାପମ୍ୟାନ୍ ୧୯୯୫ରୁ ୨୦୦୧ ଯାଏଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତ ୧୯୯୭ରେ ସେଫ୍ କପ୍ ବିଜୟୀ ହୋଇଥିଲା । କ୍ଲବ୍ ସ୍ତରରେ ସେ ଇଷ୍ଟ କୋଲକାତା ଓ ଜେସିଟି ମିଲ୍ସ ଭଳି ଦଳରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ ।

ଟାଟା ଫୁଟୁବଲ ଏକାଦେମୀରୁ ପ୍ରଶିକ୍ଷିତ ଚାପମ୍ୟାନ୍ ୧୯୯୩ରେ ଇଷ୍ଟ କୋଲକାତାରୁ ଖେଳିଥିଲେ । ତେବେ ଜେସିଟି ତରଫରୁ ଖେଳିବା ସମୟରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ତାଙ୍କ ନେତୃତ୍ୱରେ ଜେସିଟି ୧୪ଟି ଟ୍ରଫି ହାସଲ କରିଥିଲା ।  ତାଙ୍କ ଦେହାନ୍ତରେ କ୍ରୀଡାଜଗତରେ ଶୋକର ଛାୟା ଖେଳିଯାଇଛି ।

   Related Posts