କରୋନାରେ ଆର ପାରିକୁ ଚାଲିଗଲେ ରୁଦ୍ର ପ୍ରତାପ ସିଂହଙ୍କ ବାପା, ଟ୍ଵିଟ୍ କରି ସୂଚନା ଦେଲେ କ୍ରିକେଟ୍‌ର

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨।୦୫: କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ସମଗ୍ର ଦେଶରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ମହାମାରୀ କରୋନା ଲୋକଙ୍କୁ ତଳିତଳାନ୍ତ କରି ସାରିଲାଣି। ଲୋକେ ନିଜ ବନ୍ଧୁ ପରିଜନଙ୍କୁ ହରାଉଛନ୍ତି। ଅନେକ କ୍ରିକେଟ୍ ଖେଳାଳି ନିଜ ପରିଜନଙ୍କୁ ମଧ୍ୟ ହରାଇ ସାରିଲେଣି। ଆଜି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ରୁଦ୍ର ପ୍ରତାପ ସିଂହଙ୍କ ବାପା ଶିବ ପ୍ରସାଦ ସିଂହଙ୍କ କରୋନାରେ ନିଧନ ଘଟିଛି। ଆରପି ସିଂହଙ୍କ ବାପା କିଛି ସପ୍ତାହ ପୂର୍ବେ କରୋନା ସଂକ୍ରମିତ ଥିଲେ ଏବଂ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ ଥିଲେ।

କ୍ରିକେଟ୍‌ରୁ ଭାଷ୍ୟକାର ହୋଇଥିବା ଆରପି ସିଂହ ନିଜ ବାପାଙ୍କ କରୋନା ଭାଇରସ୍‌ ପଜିଟିଭ୍ ଚିହ୍ନଟ ପରେ ଆଇପିଏଲ୍ ୨୦୨୧ର ଭାଷ୍ୟକାର ଟିମ୍‌ରୁ ନିଜ ନାମ ପ୍ରତ୍ୟାହାର କରାଇ ନେଇଥିଲେ। ସେ ଟ୍ଵିଟ୍ କରି ଏହାର ସୂଚନା ଦେଇଥିଲେ।

wp:html /wp:html

ସେ ଟ୍ଵିଟ୍ କରିଛନ୍ତି, ବଡ ଦୁଃଖର ସହ ଜଣାଇବାକୁ ଚାହୁଁଛି ଯେ, ମୋ ବାପା ଶିବ ପ୍ରସାଦ ସିଂହଙ୍କ ମେ ୧୨ରେ ପରଲୋକ ଘଟିଛି। ସେ କୋଭିଡ୍ ପୀଡିତ ଥିଲେ। ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, ମୋ ବାପାଙ୍କୁ ନିଜର ବିଚାର ଓ ପ୍ରାର୍ଥନାରେ ମନେ ରଖନ୍ତୁ। ଓଁ ନମଃ ଶିବାୟ।

ଆରପି ସିଂହ ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଏହା ପରେ ସେ ଷ୍ଟାର ସ୍ପୋର୍ଟ୍ସର ହିନ୍ଦୀ କମେଣ୍ଟ୍ରି ଟିମ୍‌ରେ ଯୋଗ ଦେଇଥିଲେ। ଏହାର କିଛି ଦିନ ପୂର୍ବେ କ୍ରିକେଟ୍ ଖେଳାଳି ପିୟୂଷ ଚାଓ୍ଵଲାଙ୍କ ବାପା ପ୍ରମୋଦ କୁମାରଙ୍କ ମଧ୍ୟ ପରଲୋକ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.