Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ

6/08/2019 at 11:13 PM

ନୂଆଦିଲ୍ଲୀ ୬।୮: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି । ମଙ୍ଗଳବାର ରାତ୍ରିରେ ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁ ସୁଷମା ସ୍ବରାଜଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ସେ ବହୁଦିନ ଧରି ଅସୁସ୍ଥ ଥିଲେ । ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ଅସୁସ୍ଥତା କାରଣରୁ ୨୦୧୯ ନିର୍ବାଚନ ରୁ ସେ ନିଜକୁ ଦୂରେଇ ରଖିଥିଲେ । ସୁଷମା ସ୍ବରାଜ ଦେଶର ପ୍ରଥମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ବିଜେପି ଶାସନ ସମୟରେ ସୁଷମା ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସ୍ଵଭାଗ୍ୟ ଅର୍ଜନ କରିଥିଲେ ।

ସୁଷମା ସ୍ବରାଜ ୧୯୫୨ ମସିହା ଫେବୃଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଆମ୍ବଲାରେ ଏସଡି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଚଣ୍ଡୀଗଡ଼ ପଞ୍ଜାବ ବିଶ୍ଵବିଦ୍ୟାଳୟ ରୁ ଲ ଡିଗ୍ରୀ ହାସଲ କରିଥିଲେ ।

ସୁଷମା ସ୍ବରାଜ ୧୯୭୪ ଛାତ୍ର ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ ।

   Related Posts